ନବ ଦାସଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚ ଟିମ୍, ଦୀପାଲି ଓ ବିଶାଲଙ୍କ ହେବ ବୟାନ ରେକର୍ଡ଼

ଝାରସୁଗୁଡା: ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଟିମ । ଝାରସୁଗୁଡା ସରବାହାଲ ସ୍ଥିତ ସ୍ବଗତ ନବଦାସଙ୍କ ବାସଭବନରେ ପହଁଚିଲେ କ୍ରାଇମବ୍ରାଞ୍ଚ । ଝିଅ ଦୀପାଲି ଦାସ ଓ ପୁଅ ଵିଶାଲ ଦାସଙ୍କ ବୟାନ ରେକର୍ଡ଼ କରିବା ସୂଚନା ରହିଛି । ପୂର୍ବରୁ ଦୀପାଲି ଓ ଵିଶାଲକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା ହୋଇଥିଲା । ହେଲେ ଦୀପାଲି ଓ ଵିଶାଲ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ ତାଙ୍କ ବାସ ଭବନରେ ପହଁଚିଥିବା ସୂଚନା ମିଳିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇ-ମେଲରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଇ-ମେଲ ସହ ପୋଷ୍ଟାଲ୍‌‌ରେ ଚିଠି କରି ସେ ସମୟ ମାଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି ।

ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା । ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ ।

 

ଆହୁରି ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ