୨୨ ବର୍ଷିୟା ଯୁବତୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ ଘଟଣା, ୪ ଗିରଫ

ଢେଙ୍କାନାଳ:  ଢେଙ୍କାନାଳରେ ୨୨ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ ।  ଗତ କିଛି ମାସ ଧରି ଗଣଦୁଷ୍କର୍ମ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା । ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି  ।

ଏକ ପରିତ୍ୟକ୍ତ ଘରେ ନିଜ ମାନସିକ ଅନଗ୍ରସର ବାପାଙ୍କ ସହ ରହୁଥିବା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।  ଯୁବତୀଙ୍କୁ ସେହି ଗାଁର ୭ ଜଣ ଯୁବକ ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରକୁ ନେଇ ଗତ କିଛି ମାସ ଧରି ପାଶବିକ ଅତ୍ଯାଚାର କରିଥିଲେ ।  ଯୁବତୀ ଜଣକ ୭ମାସର ଗର୍ଭବତୀ ହେବା ପରେ ସଖୀ ସେଣ୍ଟର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।  ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ଏଭଳି ଜଘନ୍ୟ କାର୍ଯ୍ୟ କରୁଥିଲେ ୭ ଯୁବକ ।  ଅଭିଯୋଗ ପରେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଥିବା ସକ୍ଷୀ କେନ୍ଦ୍ରରେ ରଖାଯାଇଛି ।  ସଦର ଥାନା ଅଧିକାରୀ ଏବଂ ଭାପୁର ଫାଣ୍ଡି ଅଧିକାରୀ ପୀଡିତାଙ୍କ ଗାଁକୁ ଯାଇ ତାଙ୍କ ପରିତ୍ୟକ୍ତ ଘର ବୁଲି ଦେଖିଛନ୍ତି ।  ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସଦର ଆନା ଅଧିକାରୀ ଦୀପକ କୁମାର ଲେଙ୍କା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like