ଜାତୀୟ ଶିକ୍ଷାନୀତି ଲାଗୁ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ନେଇ କର୍ମଶାଳା । ରାଜ୍ୟରେ ଶିକ୍ଷାନୀତି ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ କର୍ମଶାଳା ଜରିଆରେ ବିଶେଷଜ୍ଞଙ୍କ ମତାମତ ନିଆଯିବ । ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା । ଲୋକସେବାଭବନରେ ଆୟୋଜିତ ହୋଇଛି କର୍ମଶାଳା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ ।
ଏହା ସହ ଅନେକ ଶିକ୍ଷାବିତ ଏବଂ ଭାରତ ସରକାରଙ୍କ ଅଧୀନସ୍ଥ ଅନେକ ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ। ଆସନ୍ତାକାଲି ଓ ୨୩ ତାରିଖରେ ଗ୍ରୁପ ଡିସକସନ ହେବ। ୨୦୨୦ ଲାଗୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି । ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର ।
ଅନ୍ୟପଟେ ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ । ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିକଟରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେଣୁ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖା ଲାଗି ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁ ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ସେମାନଙ୍କ ଲାଗି ସର୍ବନିମ୍ନ ବୟସ ୬ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବା ଆବଶ୍ୟକ ।
Also Read : ଶିକ୍ଷାନୀତିରେ ଆସିଲା ନୂଆ ନିୟମ: ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ଲେଖିଇପାରିବେ ନାମ