ଗ୍ୟାସ୍‌ ସିଲିଣ୍ଡର ତଳେ ଫସିଲା ୪ ଫୁଟର ନାଗ ସାପ

ବାଙ୍କୀ (କେନ୍ଯୁଜ୍): ସାପକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। ଯିଏ ଯୁଆଡେ ପାଆନ୍ତି ସିଆଡେ ଦୌଡିବାକୁ ଲାଗିଥାନ୍ତି । ତେବେ ଆମ ଚାରିପାଖରେ ଆମେ ଅନେକ ପ୍ରାକାରର ସାପଙ୍କୁ ଦେଖିଥିବା କିମ୍ବା ସାପର ନାଁ ଶୁଣିଥିବା । ହେଲେ ନାଗ ସାପ ନାଁ ଶୁଣିଲେ ଅଧିକ ଭୟଭିତ ଲାଗିଥାଏ । ଯଦି ଆପଣ କେବେ ନିଜ ଘର ଭିତରେ ଏକ ନାଗ ସାପକୁ ଦେଖିବାକୁ ପାଇବେ? ତେବେ କଣ କରିବେ ? ଭୟରେ ପାଟି କରି ବିଚଳିତ ହୋଇପଡିବାଟା ତ ସ୍ବଭାବିକ୍ କଥା।

ତେବେ ସାପକୁ ନେଇ ଏମିତି ଏକ ଘଟଣା ଆସି ପହଁଚିଛି ବାଙ୍କୀ ଢ଼ଅଂସର ପଞ୍ଚାୟତରୁ। ଯେଉଁଠାରେ ଗ୍ୟାସ୍‌ ସିଲିଣ୍ଡର ତଳେ ଫସିରହିଥିଲା ଏକ ନାଗ ସାପ । କଟକ ବାଙ୍କୀ ଢ଼ଅଂସର ପଞ୍ଚାୟତର ରତ୍ନାକର ସାହୁ। ଯାହାଙ୍କ ରୋଷେଇ ଘରେ ଏକ ନାଗସାପ ଫସି ରହିଥିଲା । ତେବେ ସେହି ସମୟରେ ରତ୍ନାକରଙ୍କ ମାଆ ରୋଷେଇ ଘରକୁ ଯାଇଥିବାବେଳେ ହଠାତ୍‌ ଗ୍ୟାସ ସିଲିଣ୍ଡର ତଳୁ ନାଗ ସାପଟି ବାହାରି ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ସୌଭାଗ୍ଯ ବଶତଃ ସାପଟି ଲାଞ୍ଜ ଗ୍ୟାସ୍‌ ସିଲିଣ୍ଡର ତଳେ ଫସିଯାଇଥିବାରୁ ଆକ୍ରମଣ କରିପାରିନଥିଲା । ଯାହାଦ୍ବାରା ରତ୍ନାକରଙ୍କ ମା ଅଳ୍ପକେ ଏକ ବଡ ବିଦପରୁ ବର୍ତ୍ତିଯାଇଥିଲେ। ଏନେଇ ସେ ତୁରନ୍ତ ପରିବାର ସଦସ୍ଯଙ୍କୁ ଜଣାଇଥିଲେ।

ପରିବାର ଲୋକେ ଏକଥା ଜାଣିବା ପରେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲପ୍‌ ଲାଇନକୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ସମୟ ଅତିବାହିତ ନକରି ସ୍ନେକ ହେଲପ୍‌ ଲାଇନ ସଦସ୍ୟ ପହଂଚି ୪ ଫୁଟର ନାଗସାପକୁ ଉଦ୍ଧାର କରିଥିଲେ । ଏହି ନାଗସାପଟିକୁ ଦେଖିବା ପାଇଁ ଗାଁଲୋକଙ୍କ ପ୍ରବଳ ଭିଡ ଜମିଥିଲା। ତେବେ ବିପଦ କାହାକୁ କେତେବେଳେ ଜଗି ରହିଥିବ କେହି କହିପାରିବେନି । ତେଣୁ ସର୍ବଦା ସତର୍କ ରହିବା ନିହାତୀ ଆବଶ୍ଯକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.