ରାଉରକେଲା ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ

ରାଉରକେଲା : ନିଜ ଆଇ ସାଙ୍ଗରେ କାଠ ପୋଲ ପାରି ହେଉଥିବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ ।ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମ୍‌ଜୋର ନିକଟରେ ଘଟିଛି ଏହି ଅଘଟଣ। ବ୍ରାହ୍ମଣୀ ତରଙ୍ଗ ଥାନା ସମରଝୋଲା ଗାଁର ଜଣେ ବୃଦ୍ଧା ନିଜ ନାତି ନାତୁଣୀଙ୍କୁ ଧରି ପୋଲ ଉପର ଦେଇ ଫେରୁଥିଲେ ।

କାଠ ପୋଲଟି ଦୁର୍ବଳ ଥିବାରୁ ହଠାତ୍‌ ପୋଲର ଏକ ସ୍ଥାନରୁ କାଠ ଖସି ପଡିଥିଲା । ଯାହାଫଳରେ ୩ ଜଣ ନଦୀରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ବର୍ଷର ନାତୁଣୀଟି ଭାସିଯାଇଥିଲା । ବହୁ ଖୋଜା ଖୋଜି ପରେ ବି ଝିଅଟିର କୌଣସି ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ପୋଲିସ ଖୋଜାଖୋଜି ଜାରି ରଖିଛନ୍ତି।

Leave A Reply

Your email address will not be published.