ମୃତ୍ୟୁ ମୁଖରୁ ବଞ୍ଚିଗଲା ୫ ବର୍ଷର ଶିଶୁ, ଉଦ୍ଧାର କଲା ରେଢ଼ାଖୋଲ ଆରପିଏଫ୍ ପୋଲିସ

 ରେଢ଼ାଖୋଲ : ମୃତ୍ୟୁ ମୁଖରୁ ବଞ୍ଚିଗଲା ୫ ବର୍ଷର ଶିଶୁ। ଖବର ପାଇ ରେଢ଼ାଖୋଲ ଆରପିଏଫ ପୋଲିସ ଉଦ୍ଧାର କରିଛି ଶିଶୁକୁ । ସୂଚନା ଅନୁସାରେ ବ୍ରହ୍ମପୁରର ବାପା ମାନସ ହୋତା ତାଙ୍କର ୫ ବର୍ଷ ର ଶିଶୁପୁତ୍ର  ପ୍ରିତିଶପ୍ରଜ୍ଞା ହୋତା ଓ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କ ସହ ଦୁର୍ଗ -ପୁରୀ ଏକ୍ସପ୍ରେସ ଟ୍ରେନରେ ଭୁବନେଶ୍ୱର ଯାଉଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପରିବାର ସମସ୍ତେ ଶୋଇପଡିଥିବା ବେଳେ ହଠାତ୍ ପୁଅ ପ୍ରିତିଶପ୍ରଜ୍ଞା ରେଢ଼ାଖୋଲ ଷ୍ଟେସନ ରୁ ୪କି.ମି ଦୂରତା ଅଙ୍ଗାରପଡା ଗାଁ ପାଖରେ ବଗିର କବାଟ ପାଖକୁ ଆସି ଅସାବଧାନତା ହୋଇ ଖସିପଡିଲେ ଶିଶୁ ।

ଏହି ଧାରଣା ଦେଇ ଏକ ମାଲବାହୀ ଟ୍ରେନ ଯିବାବେଳେ ଶିଶୁଟି ଟ୍ରାକରେ ପଢିଥିବା ଦେଖି ରେଢ଼ାଖୋଲ ଷ୍ଟେସନକୁ ଖବର ଦେଇଥିଲେ ।  ଖବର ପାଇ ରେଢ଼ାଖୋଲ ଆରପିଏଫ ପୋଲିସ ଘଟଣାସ୍ଥଳରେ ପହଂଢେଙ୍କାନାଳ ଷ୍ଟେସନ୍ ରୁ ଓଲ୍ଲାଇ ୧୩୯ ନମ୍ବର ରେ ଆରପିଏଫ ହେଲ୍ପଲାଇନର ସାହାଯ୍ୟ ନେଇଥିଲେ । ରେଢ଼ାଖୋଲ ଆରପିଏଫ, ଶିଶୁ ର ପରିବାର ଲୋକକୁ ଯୋଗାଯୋଗ କରି ଜଣାଇଥିଲେ ।  ରେଢ଼ାଖୋଲ ମେଡିକାଲରେ ପୁଅ ପ୍ରିତିଶପ୍ରଜ୍ଞାକୁ ପରିବାର ଲୋକେ ପାଇ ତାକୁ ଘରକୁ ନେଇଥିଲେ। ଶିଶୁ ଟି ସୁସ୍ଥ ରହିଥିବା ଜଣାପଡିଛି ।

You might also like