ଖେଳୁ ଖେଳୁ ଚୁଲିରେ ପଡି ଗୁରୁତର ୬ ବର୍ଷର କୁନି ଝିଅ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଗଣେଶ ପୂଜା ଦିନ ଘରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ରୋଷେଇଘର ଚୁଲିରୁ ହଠାତ୍ କୁନି ଝିଅ ଦେହରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ପରିବାର ଲୋକେ ଝରିଗାଁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।

ଉମରକୋଟ(କେନ୍ୟୁଜ୍): ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ ।  କାନ୍ଦ ଶବ୍ଦରେ ଫାଟି ପଡୁଛି ପୁରା ପରିବେଶ । କଣ କରିବେ ବୁଝିପାରୁନାହାନ୍ତି ଅସହାୟ ବାପା ମା । ସେମାନେ ବି ନିଜ କୋହକୁ ହୃଦୟରେ ଚାପି ଧରି ଭଗବାନଙ୍କ ଭରସାରେ ରହିଯାଇଛନ୍ତି । ଏହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ମୁଣ୍ଡକାଗୁଡା ଗ୍ରାମର ନବିନା ମୁଦୁଲିଙ୍କର ୬ ବର୍ଷ କୁନି ଝିଅର କଥା।

ଗତ ଗଣେଶ ପୂଜା ଦିନ ଘରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ରୋଷେଇଘର ଚୁଲିରୁ ହଠାତ୍ କୁନି ଝିଅ ଦେହରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ପରିବାର ଲୋକେ ଝରିଗାଁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। କିନ୍ତୁ ସେଠାରେ କୋରାପୁଟ ମେଡିକାଲ କଲେଜକୁ ତୁରନ୍ତ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ କୁନି ଝିଅର ବାପା ଜଣେ ନିହାତି ଗରିବ ହୋଇ ଥିବାରୁ ଆର୍ଥିକ ଅବସ୍ଥା ଏତେଟା ଭଲନଥିବାରୁ । ସେ କିଛି ଉପାୟ ନପାଇ ଶିଶୁ ଟିକୁ ଗାଁ କୁ ନେଇ ଆସିଥିଲେ।

ତେବେ ଘରକୁ ଆସିବା ପରେ ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁଣି ଝରିଗାଁ ହସ୍ପିଟାଲ୍ କୁ ନେଇଥିଲେ ସେଠାରୁ ପୁଣି ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ବାରଣ୍ଡାରେ ଶିଶୁ କୁ ରଖି ମା,ବାପା ଉଭୟ କାନ୍ଦୁଥିଲେ। ଏହାକୁ ଦେଖି କିଛି ଲୋକ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ସହଯୋଗ କରିଥିଲେ। ବର୍ତମାନ ଶିଶୁ ଟି ଉମରକୋଟ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଏପଟେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ ପଣ୍ଡା ଝିଅଟିର ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଡକ୍ଟର ପଣ୍ଡା କହିଛନ୍ତି ଝିଅ ଟିର ଶରୀର ୩୦ ରୁ ୪୦ ପ୍ରତିଶତ ପୋଡ଼ି ଯାଇଛି। ତେବେ ପ୍ରଥମେ ପ୍ରାରମ୍ଭିକ ଚିକିତ୍ସା ପରେ ବାହାରକୁ ପଠାଇବା ପାଈଁ ଚିନ୍ତା କରାଯିବ ବୋଲି କହିଛନ୍ତି।

ତେବେ ତୁରନ୍ତ ଜିଲ୍ଳା ପ୍ରଶାସନ କୁନି ଝିଅର ଉନ୍ନତ ଚିକିତ୍ସା ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି । ଏପଟେ ଯଦି କେହି ସହୃଦୟ ବ୍ୟକ୍ତି କୁନି ଝିଅଟିର ଚିକିତ୍ସା ପାଇଁ ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି, ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like