ବିଷାକ୍ତ ସାପ କାମୁଡ଼ାରେ ୯ବର୍ଷ କୁନି ଝିଅର ମୃତ୍ୟୁ, ଶୋଇଥିବା ସମୟରେ ଘଟିଲା ଏଭଳି ଅଘଟଣ

କଣ୍ଟାବାଞ୍ଜି: ଦୁନିଆ କଣ ଜାଣିବା ଆଗରୁ ସବୁ ଶେଷ ହୋଇଗଲା । ରାତିରେ କୁନି ଝିଅଟି ଶୋଇଥିବା ବେଳେ ହଠାତ ଏକ ବିଷାକ୍ତ ସାପ କେଉଁଠି ଥିଲା କେଜାଣି କୁନି ଝିଅକୁ କାମୁଡ଼ି ଦେଲା । ଆଉ ତା ପରେ କାନ୍ଦ ବୋବାଳିରେ ଫାଟିଗଲା ସାରା ଘର । ସଙ୍ଗେ ସଙ୍ଗେ କୁନି ଝିଅକୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେତେବେଳକୁ ଆଉ କିଛି ବାକି ନଥିଲା ।

ମୁରିବାହାଲ ଥାନା ଘୁଷୁରାମୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ବିଷାକ୍ତ ସାପ କାମୁଡାରେ ଜଣେ ୯ ବର୍ଷର କୁନି ଝିଅର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କିଶୋର ଚନ୍ଦ୍ର ଦାସଙ୍କ ଝିଅ ପ୍ରିୟଦର୍ଶନି ଦାସ । ପ୍ରିୟଦର୍ଶନି ରାତିରେ ଶୋଇଥିବା ସମୟରେ ଏକ ବିଧଷର ସାପ କାମୁଡିଥିଲା । ସେ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ପରିବାର ଲୋକେ ପ୍ରିୟଦର୍ଶନିଙ୍କୁ ମୁରିବାହାଲ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନା କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁରିବାହାଲ ପୋଲିସ ଅଧିକ ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଛି । ବର୍ତ୍ତମାନ ପରିବାରରେ ଶୋକର ଛାୟା ଖେଳି ଯାଇଛି ।