ଗଞ୍ଜାମ: ପୁଣି ଅଲୋଡା ହେଲା ଶିଶୁ କନ୍ୟା, ବ୍ୟାଗ ଭିତରେ ପୂରାଇ ଫୋପାଡି ଦେଲେ କେନାଲ କଡକୁ, ଉଦ୍ଧାର କଲା ଚାଇଲ୍ଡ ଲାଇନ

ଗଞ୍ଜାମ(କେନ୍ୟୁଜ୍):  ପୁଣି ଅଲୋଡା ହେଲା ଶିଶୁକନ୍ୟା। ବ୍ୟାଗ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲେ ସ୍ଥାନୀୟ ଲାକେ। ଏଭଳି ନିଷ୍ଠୁରଚିତ୍ତ ଘଟଣା  ଦେଖିବାକୁ  ମିଳିଛି ଗଞ୍ଜାମ  ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ।  ମିଳିଥିବା  ସୂଚନା ମୁତାବକ କେନାଲ କଡରେ  ଏକ ବ୍ୟାଗ ଭିତରେ ଦୀର୍ଘ ସମୟ ଧରି ଏକ ନବଜାତ ଶିଶୁର କାନ୍ଦ ଶୁଣିଥିଲେ କିଛି ସ୍ଥାନୀୟ ଲୋକେ। ପରେ  ସେହି ବ୍ୟାଗରୁ ଏକ ସଦ୍ୟ ଜାତ ଶିଶୁ କନ୍ୟାକୁ  ଦେଖିବାକୁ ପାଇଥିଲେ ଅଞ୍ଚଳବାସୀ।

ଶିଶୁ କନ୍ୟାକୁ ଦେଖି ଲୋକେ ମାନେ ସ୍ଥାନୀୟ ପୋଲିକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିବା  ସହ ଡାକ୍ତର ଖାନାରେ ପ୍ରଥମିକ ଚିକିତ୍ସା କରାଇଥିଲେ ପରେ ଚାଇଳ୍ଡ ଲାଇନକୁ ଡାକି ହସ୍ଥାନ୍ତର କରିଥିଲା।  ଶିଶୁଟି ଏବେ ସୁସ୍ଥ ଥିବା ଜଣା ପଡିଛି। ତେବେ କିଏ ସେହି ନିଷ୍ଠୁର ଜନ୍ମଦାତା ବା ଜନ୍ମଦାତ୍ରୀ ଏଭଳି ଅବସ୍ଥାରେ ଶିଶୁ କନ୍ୟାକୁ ଏମିତି ଏଠାରେ ପକାଇଲା ତାକୁ ନେଇ ସ୍ଥାନୀୟ ଲୋକେ ଅନେକ ଚର୍ଚ୍ଚା ଚଲାଇଛନ୍ତି।

 

 

Leave A Reply

Your email address will not be published.