କରୋନା କାଳରେ ମଉଜ ଚିନ୍ତା, ସାଲେପୁର ପୋଷ୍ଟ ଅଫିସରେ ଭୋଜି ଭାତର ଆସର କଲେ ଡାକ ସେବକ ସଂଘର କର୍ମଚାରୀ

ସାଲେପୁର(କେନ୍ୟୁଜ୍):  ସଂକଟ ଦେଇ ଗତି କରୁଛି ସାରା ଦେଶ। କରୋନାର ଦ୍ବିତୀୟ ଲହର ସରକାର ଓ ଜନସାଧାରଣଙ୍କ ଆଖିରୁ ନିଦ ହଜାଇ ଦେଇଛି । କିନ୍ତୁ ଏହାକୁ ତିଳେ ମାତ୍ର ଖାତିର ନକରି ସାଲେପୁର ପୋଷ୍ଟ ଅଫିସ ପରିସରରେ ଚାଲିଥିଲା ଭୋଜି ଭାତର ଆସର। ଡାକ ସେବକ ସଂଘର କର୍ମଚାରୀମାନେ ଭୋଜି ଭାତର ଆୟୋଜନ ଚାଲିଥିଲା।

salepurr1

ହଠାତ୍‌ ଖବର ପାଇ ସାଲେପୁର ତହସିଲ ପ୍ରଶାସନ ଓ ପୋଲିସ ଚଢାଉ କରିଥିଲା। ପୋଷ୍ଟ ଅଫିସ ପରିସରରେ କରୋନା କଟକଣା ସତ୍ତ୍ୱେ କିଭଳି ଏଭଳି ଆୟୋଜନ କରାଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା। ଏହା ସହ ଫାଇନ୍‌ କାଟିବା ସହ ଭୋଜି ଭାତକୁ ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.