ବାପପୁଅ ଉପରେ ଆକ୍ରମଣ କରିଛି ଭାଲୁ, ଚାଲିଗଲା ଦୁଇ ଜୀବନ

ନବରଙ୍ଗପୁର : ଭାଲୁ- ମଣିଷ ଲଢ଼େଇର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ବାପପୁଅ ମୃତ ଓ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମନ୍ତ କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ନିକଟ ଜେଲାନକାସା ଜଙ୍ଗଲରେ ଆକ୍ରମଣ କରିଛି ଭାଲୁ ।
ଆକ୍ରମଣ ବେଳର ଭିଡିଓ ଭାଇରାଲ ହୋଇଛି । ମୃତକ ଦୁଇ ଜଣ ସୁକଲାଲ ଡାରୋ ଓ ଅଜୁ କୁରେଟି । ଆଜି ସକାଳେ ଦୁଇ ଜଣ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ଖବର ପାଇ ବନବିଭାଗ ଓ ପୋଲିସ ଟିମ୍ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ।
ଏହି ସମୟରେ ଭାଲୁଟି ପୁଣି ଫରେଷ୍ଟ ଗାର୍ଡ ନାରାୟଣ ଯାଦବଙ୍କୁ ଆକ୍ରମଣ କରିଥିଲା । ଘଟଣାଟି ଏତେ ଗମ୍ଭୀର ଏବଂ ଭୟାନକ ଥିଲା ଯେ ମୃତଦେହକୁ ଜଙ୍ଗଲରୁ ବାହାରକୁ ଆଣିବା ପାଇଁ ଜେସିବିର ସାହାଯ୍ୟ ନେବାକୁ ପଡିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଭାଲୁଟି ଧରାପଡିନଥିବାରୁ ଗାଁ ଲୋକଙ୍କୁ ଜଙ୍ଗଲକୁ ନଯିବା ପାଇଁ ସତର୍କ କରିଛି ବନବିଭାଗ ।
Also read:ଗାଈ ଚରାଇବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି