ଆନନ୍ଦପୁର ପୁରୁଣାବାନ୍ଦୋଗଡା ଗାଁରେ ଜଣଙ୍କ ଘରେ ଭିତରେ ପଶିଲା ବିରାଟକାୟ ଭାଲୁ, ଆତଙ୍କିତ ଲୋକେ

ଆନନ୍ଦପୁର : ଘର ଭିତରେ ପଶିଲା ବିରାଟକାୟ ଭାଲୁ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଦୋଗଡା ଗାଁରେ ଘଟିଛି ଏହି ଘଟଣା । ଗାଁରେ ଏକ ବିରାଟକାୟ ଭାଲୁ ଜଣଙ୍କ ଘରେ ପଶିଯିବାରୁ ପରିବାର ଲୋକେ ଭୟଭିତ ହୋଇପଡିଛନ୍ତି । ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଏକ ବିରାଟକାୟ ଭାଲୁ ଉକ୍ତ ଗାଁର ବୈକୁଣ୍ଠ ମହାନ୍ତିଙ୍କ ବାଡିପଟ ଦେଇ ଘର ଭିତରକୁ ପଶିଆସିଥିଲା।

ଭାଲୁକୁ ଦେଖି ପରିବାର ଲୋକେ ଭୟରେ ଘରୁ ପଦାକୁ ଦୌଡି ପଳାଇଥିଲେ । କିଛି ସମୟ ପରେ ଗାଁର କିଛି ଯୁବକ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଁଞ୍ଚି ଭାଲୁକୁ ଘର ଭିତରୁ ବାହାର କରିଥିଲେ । ଗାଁକୁ ଲାଗି ରହିଥିବା ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଭାଲୁମାନେ ବାହାରିଆସି କିଛିଦିନ ହେବ ଉପଦ୍ରବ ଚଳାଇଛନ୍ତି । ତେବେ ବନ୍ୟ ଜନ୍ତୁଙ୍କ ଉପରେ ବନବିଭାଗ ନଜର ରଖିଥିବା ସ୍ଥାନୀୟ ଫରେଷ୍ଟର ସୂଚନା ଦେଇଛନ୍ତି।

Leave A Reply

Your email address will not be published.