କଳାହାଣ୍ଡି : ଗାଁ ମୁହାଁ ଭାଲୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ଅଞ୍ଚଳରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଓ ଆମପାଣି ବନ ବିଭାଗ ଓ ବେହେରା ବନ ବିଭାଗ କର୍ମଚାରୀ ଆମପାଣି ପହଞ୍ଚି ଭାଲୁ ଉପରେ ନଜର ରଖିଛନ୍ତି ।
ଭାଲୁଟି କେତେ ବେଳେ ଗାଁରେ ପଶି ଯାଉଛି ତ କେତେବେଳେ ଜାତୀୟ ରାଜପଥ ୨୬ ରାସ୍ତା ଉପରେ ଚାଲୁଛି । ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଲୋକଙ୍କୁ ବାରଣ କରିଛନ୍ତି । ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରାଯାଇଛି ।