ଭୁବନେଶ୍ୱର: ପୋଲିସ ହାତରେ ଧରା ହେଲେ ବଡ଼ଧରଣର ଲୁଟେରା ଗ୍ୟାଙ୍ଗ, ଦାମୀ ମୋବାଇଲ ଫୋନ ଥିଲା ଏମାନଙ୍କ ଟାର୍ଗେଟ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରୁ ଧରାପଡ଼ିଲା ବଡ଼ଧରଣର ମୋବାଇଲ ଲୁଟେରା ଗ୍ୟାଙ୍ଗ। ୧୩ଟି ଆଇଫୋନ୍‌ ସମେତ ୧୦୩ଟି ମୋବାଇଲ ଫୋନ୍‌ ଜବତ କରିଛି କମିସନରେଟ ପୋଲିସ । ଏନେଇ ୩ଜଣଙ୍କୁ ଗିରଫ କରାଯାଇଛି । ଆଇଫୋନ ଭଳି ନାମୀଦାମୀ ଫୋନକୁ ଟାର୍ଗେଟ କରୁଥିଲେ ଲୁଟେରା ଗ୍ୟାଙ୍ଗ। ମୋବାଇଲ ଚୋରି ନେଇ ବହୁ ଅଭିଯୋଗ ହେବା ପରେ ପୋଲିସ ଛାନଭିନ ଚଳାଇଥିଲା ।

ବିଭିନ୍ନ ସ୍ଥାନରେ ହୋଇଥିବା ମୋବାଇଲ ଚୋରିର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବା ପରେ ଲୁଟାରେଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚିନ୍ତାମଣିଶ୍ୱର ଫିସରୀ ଲେନର ଏକ ଭଡ଼ା ଘରେ ଚଢଉ କରିଥିଲା । ୩ଜଣଙ୍କୁ ପଚରାଉଚରା ପରେ ସେମାନେ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଲୁଟ କରିଥିବା ମାନିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.