ଟ୍ରକରେ ପିଟିହେଲା ବାଇକ, ଚାଲିଗଲା ୨ ଜୀବନ

ଜୟପୁର: ଟ୍ରକରେ ବାଇକ ପିଟିହୋଇ ଚାଲିଗଲା ଜୀବନ । ଜୟପୁର ବୋରିଗୁମ୍ମା ବୋଦାଗୁଡା ରାସ୍ତାମଝିରେ ଟ୍ରକ ଥୁଆ ହୋଇଥିବା ଅନ୍ଧାରରେ ଦେଖା ନଯିବାରୁ ଦୁର୍ଘଟଣା ହୋଇଛି । ଟ୍ରକରେ ବାଇକ ପିଟିହୋଇ ବାଇକ ଆରୋହୀଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇ ଯୁବକ ବୋରିଗୁମ୍ମା ବୋଦାଗୁଡା ଅଞ୍ଚଳର ବୋଲି ସୂଚନା ମିଳିଛି ।
ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ରୋଗୀକୁ ଆଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଏଥିସହିତ ଘଟଣା ସ୍ଥଳରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା ସହ ଘଟଣାର ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ : ମୃତଦେହକୁ କାନ୍ଧରେ ବୋହି ୫ କିଲୋମିଟର ଆଣିଲେ, ଥାନା ଆଗରେ ରଖି ବିକ୍ଷୋଭ