ଭୁବନେଶ୍ବର ରୁପାଲୀ ଛକ ନିକଟରେ ବରିଷ୍ଠ ନାଗରିକଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ଦେଢଲକ୍ଷ ଟଙ୍କା

ଭୁବନେଶ୍ବର : ସହିଦ ନଗର ଥାନା ଅଧିନସ୍ଥ ରୂପାଲୀ ଛକ ନିକଟରୁ ଲୁଟ। ସ୍ଥାନୀୟ ଇପିକଲ ଅଫିସ ନିକଟରୁ ବରିଷ୍ଠ ନାଗରିକ ଇଂ ଦୀପକ କୁମାର ସ୍ବାଇଁଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ସୂଚନା ଅନୁସାରେ ଦୀପକ କୁମାର ସ୍ବାଇଁ ସତ୍ୟ ନଗର ସ୍ଥିତ ଆକ୍ସିସ୍ ବ୍ୟାଙ୍କରୁ ଦେଢ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ବାଟରେ ଇପିକଲ ଅଫିସରେ କିଛି କାମ ଥିବାରୁ ଗାଡି ରଖି ଟଙ୍କା ବ୍ୟାଗକୁ ଗାଡି ଡିକିରୁ ବାହର କରି  ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ କଳା ପଲସରରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଦୀପକ ସ୍ବାଇଁ ପୋଲିସରେ ଅଭିଯୋଗ କରିଥିଲେ । ପରେ ସହିଦ୍ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଚଲାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.