ପୂର୍ବ ଶତ୍ରୁତାରୁ ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଯୁବକ
କାକଟପୁର: କାକଟପୁରରେ ବୋମାମାଡ଼ । ପୂର୍ବ ଶତ୍ରୁତାରୁ ଫୁଟିଲା ବୋମା । ଅଳ୍ପକେ ବର୍ତ୍ତିଲେ ଯୁବକ । କାକଟପୁର ଥାନା କଟକଣା ଗାଁରେ ବୋମାମାଡ ହୋଇଛି । ଗାଁର ସେକ୍ ସଦାମ ହୁସେନଙ୍କ ଉପରକୁ ବୋମାମାଡ ହୋଇଛି । କିଛିଦିନ ତଳେ ସଦାମଙ୍କ ସହ ସେହି ଗାଁର ସେକ୍ ଯୁନେତ ନାମକ ଜଣେ ବ୍ୟକ୍ତିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ସଦାମଙ୍କ ଉପରକୁ ୨ଟି ବୋମା ପକାଇଥିଲେ ଯୁନେତ୍ । ତେବେ ବୋମା ଦୁଇଟି ସଦାମଙ୍କ ଦେହରେ ନବାଜି ତାଙ୍କ ବାଇକ ଉପରେ ପଡିଥିଲା । ବୋମାର କିଛି ଅଂଶ ସଦାମଙ୍କ ଗୋଡରେ ମଧ୍ୟ ବାଜିଛି । ଫଳରେ ସାମାନ୍ୟ ଆହତ ହୋଇଛନ୍ତି ସଦାମ । ଘଟଣା ପରେ ଯୁନେତଙ୍କୁ ଗିରଫ କରିଛି କାକଟପୁର ଥାନା ପୋଲିସ । ବୋମାମାଡ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଘଟଣା ନେଇ ସଦାମଙ୍କ ପକ୍ଷରୁ କାକଟପୁର ଥାନାରେ ମଧ୍ୟ ଏକ ଅଭିଯୋଗ କରାଯାଇଛି