ଭୁବନେଶ୍ୱର : ରାଜଧାନୀରେ ବୋମାମାଡ଼ । ହୋଟେଲ ଉପରକୁ ବୋମାମାଡ଼ କଲେ ଦୃର୍ବୁତ୍ତ । ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା କାଞ୍ଚନ ପ୍ୟାଲେସ ହୋଟେଲ ସମ୍ମୁଖରେ ବୋମାମାଡ଼ ହୋଇଛି । ବାଇକରେ ଆସି ବୋମାମାଡ଼ କରି ୩ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । କାହାରି କିଛି କ୍ଷତି ହୋଇନାହିଁ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।