ନବୀନଙ୍କ ରାଜନୈତିକ ଜୀବନ ଉପରେ ପୁଣି ଏକ ପୁସ୍ତକ, ବାଚସ୍ପତିଙ୍କ କାର୍ଯ୍ୟାଳୟରେ ହେଲା ଉନ୍ମୋଚନ

ଭୁବନେଶ୍ବର(କେନ୍ୟୁଜ୍):  ଲଗାତାର ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ରେକର୍ଡ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜନୈତିକ ଜୀବନ ଉପରେ ଆଧାର କରି ପୁସ୍ତକ ରଚନା କରିଛନ୍ତି ପଣ୍ଡିତ ଦୈତ୍ୟାରି ମହାପାତ୍ର । ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏହି ପୁସ୍ତକକୁ ସୂର୍ଯ୍ୟନାରାୟଣ ପାତ୍ର ଉନ୍ମୋଚନ କରିଥିଲେ । ନବୀନଙ୍କ ରାଜନୈତିକ ଜୀବନ ସହ ରାଜ୍ୟରେ ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ସଫଳତାର ସହ ପରିଚାଳନା କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇପାରିଛନ୍ତି ତା ଉପରେ ପୁସ୍ତକରେ ଉଲ୍ଲେଖ କରାଯାଇଛି ।