ନୟାପଲ୍ଲୀ ଦୁର୍ଗା ମଣ୍ଡପ ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ଭୁବନେଶ୍ବର: ଭୁବନେଶ୍ବରରେ NH ଉପରେ ଜଳିଗଲା କାର । ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ହୁତୁ ହୁତି ହୋଇ ଜଳିଲା କାର । ଅଳ୍ପକେ ବର୍ତ୍ତିଲେ କାର ଚାଳକ । କାରରେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରୁଥିବା ସୂଚନା ରହିଛି ମିଳିଛି । କାର ଜଳିଯିବା ଯୋଗୁଁ ନୟାପଲ୍ଲୀରୁ ଫାୟାର ଷ୍ଟେସନ ଯାଏ ରାସ୍ତା ଜାମ ରହିଛି ।