ଆମାଜନ୍‌ରେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରି ନେଇ ଏତଲା

କେନ୍ୟୁଜ ବ୍ୟୁରୋ : ଆମାଜନ୍‌ରେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରି ନେଇ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଆମାଜନ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହମ କରାଯିବା ଲାଗି ସେ ନିବେଦନ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା 30(A) ଆଇପିସିର 109 ଓ 295ରେ ମାମଲା ରୁଜ୍ଜୁ କରିବାକୁ ଅନୁରୋଧ କରାଯାଇଛି ।

ନିର୍ମାଲ୍ୟକୁ ମହାପ୍ରସାଦ ଭାବେ ଭକ୍ତ ମାନେ ଗ୍ରହଣ କରୁଥିବା ବେଳେ ଏହାକୁ ଶ୍ରୀମନ୍ଦିର ପ୍ରଶାସନର ଅଜାଣତରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଭେଜାଲ କରି ବିକ୍ରି କରାଯାଉଥିବା ଆଶଙ୍କା ହୋଇଛି । ୧୦ ଟଙ୍କା ନିର୍ମାଲ୍ୟକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଆମାଜନ୍‌ ବିକ୍ରି କରାଯାଉଥିବା ଜଣାପଡିଥିଲା। ଅନଲାଇନରେ ନିର୍ମାଲ୍ୟ ବିକ୍ରି ହେବା ଘଟଣାର ଆଇନଗତ ତର୍ଜମା କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.