ଓଡିଶାରୁ ପିଲା ଚୋରି କରି ପଶ୍ଚିମବଙ୍ଗରେ କରୁଥିଲେ ବିକ୍ରି,୪ ଜଣଙ୍କୁ ଗିରଫ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ

ରାଉରକେଲା(କେନ୍ୟୁଜ୍):  ରାଉରକେଲା ରେଲୱେ ଷ୍ଟେସନ ଅଞ୍ଚଳର ଅମରଭବନ ସମ୍ମୁଖରୁ ଗତ ୪ତାରିଖ ସନ୍ଧ୍ୟାରେ ଜଣେ ପାଞ୍ଚବର୍ଷର ଶିଶୁ ପୁତ୍ରକୁ ଚୋରି କରି ବିକ୍ରୀ କରିଥିବା ଅଭିଯୋଗରେ ତିନି ଜଣ ମହିଳାଙ୍କ ସହ ଜଣେ ଯୁବକଙ୍କୁ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଗିରଫ କରିଛି। ପୋଲିସ ଆଜି ଶିଶୁପୁତ୍ରକୁ ମେଦିନୀପୁର ଅଞ୍ଚଳରୁ ଉଦ୍ଧାର କରିବା ପରେ ବିଶ୍ରା ଚାଇଲ୍ଡ ଲାଇନରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

rourkela 1

ଶିଶୁକୁ ଚୋରି କରିବା ପରେ ବିକ୍ରୀ କରାଯାଇଥିବା ଓ କିଣିବା ପଛରେ କିଛି ଟଙ୍କା କାରବାର କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତ ସମୟରେ ଜଣା ପଡିଛି।  ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୪ତାରିଖ ଦିନ ରାଉରକେଲା ରେଲୱେ ଷ୍ଟେସନ ପରିସରରେ ବୁଲୁଥିବା ଶିଶୁପୁତ୍ରକୁ ଶେଖ୍ ବାବୁ ନାମକ ଜଣେ ଯୁବକ ଚୋରି କରିନେଇ ସନ୍ତୋଷୀ ନାୟକ ଓ ର୍ନିମଳା ଦାସଙ୍କୁ ଦେଇଥିଲେ। ପରେ ଏହି ଦୁଇ ମହିଳା ମେଦିନୀପୁର ଅଞ୍ଚଳର ମନହର ବିବିଙ୍କୁ  ଦେଇଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

 

Leave A Reply

Your email address will not be published.