ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣା: ପ୍ରେମ ଜନିତ ହତ୍ୟା ନେଇ ଥାନାରେ ଏତଲା

ଯାଜପୁର(କେନ୍ୟୁଜ୍):   ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣାରେ ପରିବାର ପକ୍ଷରୁ ଯାଜପୁର ଥାନାରେ ଦିଆଗଲା ଏତଲା । ଗତ ୮ ତାରିଖରେ କପିଳେଶ୍ୱର ଗାଁ ପୋଖରୀରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିଲା । ଆଖପାଖ ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ବେଳେ ଖଣ୍ଡରା ଗାଁର ଅହଲ୍ୟା ରାଉତଙ୍କ ଝିଅ ନିଖୋଜ ଘଟଣା ଜଣାପଡିଥିଲା । ପରିବାର ଲୋକେ ନରକଙ୍କାଳକୁ ଚିହ୍ନଟ କରି ନିଜ ଝିଅର ବୋଲି ଦାବି କରିଥିଲେ ।

ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିଥିଲା । ଅହଲ୍ୟା ଓ ଖଣ୍ଡରା ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତାଙ୍କ ଝିଅ ଶୁଭଶ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବାଲିପଦା ଗାଁର ହରିହର ନାୟକ ଅପହରଣ କରି ହତ୍ୟା ପରେ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.