ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଆଜି ମୃତ୍ଯୁ ସହିତ ସଂଗ୍ରାମ କରି ଚାଲିଛି ଘୁମି, ଉଚିତ ନ୍ଯାୟ ମିଳିବା ସହ କ୍ଷତିପୂରଣ ଦାବିରେ ମାମଲା ରୁଜୁ କଲେ ମାଲିକ

ସାଲେପୁର: ଆଜିକୁ ଦୁଇ ମାସ ହେବ ଯନ୍ତ୍ରଣାରେ ଛଟପଟ ହେଉଛି ଘୁମି । ଗୋଟେ ସ୍ଥାନରେ ପଡ଼ି ରହିଛି । ଆପଣ ଭାବୁଥିବେ ଏହି ଘୁମି କିଏ? ଏଠି କାହା କଥା ଆମେ କହୁଛୁ? ଇଏ କୌଣସି ମଣିଷ ନୁହେଁ ବରଂ ଇଏ ହେଉଛି ସାଲେପୁର ବାଲିସାହି ଗ୍ରାମର ପରୀକ୍ଷିତ ବେହେରାଙ୍କ ଗାଈ । ଯାହାକୁ ସେ ୪ବର୍ଷ ହେଲା ପାଳିଛନ୍ତି । ଆଉ ଶ୍ରଦ୍ଧାରେ ତା ନା ଦେଇଛନ୍ତି ଘୁମି । କଥା କହି ପାରୁ ନଥିବ ଏହି ଗାଈର ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି ପରୀକ୍ଷିତଙ୍କ ପରିବାର ।

ସତ କଥାଟି ହେଲା, ଡାକ୍ତରଙ୍କ ତ୍ରୁଟି ପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଆଜି ଘୁମି ମୃତ୍ଯୁ ସହିତ ସଂଗ୍ରାମ କରି ଚାଲିଛି । ପଶୁସମ୍ପଦ ବିଭାଗ ଡାକ୍ତର ଗାଈର ଖାଲିଆ ଅପରେସନ କରି ଗାଈ ଟିକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛନ୍ତି । ଯେଉଁଥି ପାଇଁ ଥାନାରେ ଅଭିଯୋଗ କରିଛନ୍ତି ଘୁମିର ମାଲିକ ପରୀକ୍ଷିତ ବେହେରା। ସୂଚନା ଅନୁଯାୟୀ, ପରୀକ୍ଷିତ ବେହେରାଙ୍କ ଗାଈର ଏକ ଖାଲିଆ ହୋଇଥିଲା। ଏନେଇ ପରୀକ୍ଷିତ ସାଲେପୁର ପଶୁସମ୍ପଦ ବିଭାଗ ଡାକ୍ତର ବିବେକାନନ୍ଦ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ  ଡାକ୍ତର ବାବୁ ପରୀକ୍ଷିତଙ୍କ ଠାରୁ ୨ହଜାର ଟଙ୍କା ନେଇ ଘୁମିର ଖାଲିଆ ଅପରେସନ କରିଥିଲେ। ହେଲେ ଗାଈ ଭଲ ହେବା ବଦଳରେ ଦିନକୁ ଦିନ ଅବନତି ଘଟିବାକୁ ଲାଗିଲା। ଫଳରେ ଗାଈ ଟି ସମ୍ପୁର୍ଣ୍ଣ ଭାବେ ଏବେ ଚାଲିବା ପରିବର୍ତେ ଶଯ୍ୟାଶାୟୀ।

cowଏଭଳି ଅବସ୍ଥା ଦେଖି ଗାଈ ମାଲିକ ଡାକ୍ତର ବାବୁଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ  ସେ ତାଙ୍କ ଫୋନ ଉଠାଇ ନଥିଲେ। ଏହାପରେ ଗାଈ ମାଲିକ ସାଲେପୁର ପଶୁସମ୍ପଦ ବିଭାଗକୁ ଆସି ଡାକ୍ତର ବିବେକାନନ୍ଦ ସାହୁଙ୍କୁ ଭେଟ କରି ସମସ୍ତ କଥା କହିଥିଲେ । କିନ୍ତୁ ଆଶ୍ବାସନା ଦବା ବଦଳରେ ଡାକ୍ତର କହିଥିଲେ କି, ତମ ଗାଈ ପାଇଁ ଏଠି ଚାକିରୀ କରିନାହିଁ। ଖାଲି ସେତିକି ନୁହେଁ,  ଗାଳିଗୁଲଜ କରିବା ସହ ଘଟଣାସ୍ଥଳରୁ ତୁରନ୍ତ ପଳାଇଯିବାକୁ ଧମକ ଦେଇଥିବା ନେଇ ଗାଈ ମାଲିକ ପରୀକ୍ଷିତ ବେହେରା ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଏକ ମାତ୍ର ରୋଜଗାର ପନ୍ଥା ଏହି ଗାଈ ଉପରେ ନିର୍ଭର କରେ ପରୀକ୍ଷିତଙ୍କ ପରିବାର। ଏଭଳି ପରିସ୍ଥିତିରେ ପରୀକ୍ଷିତ କେମିତି ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ । ତେଣୁ ଏ ଦିଗରେ ତାଙ୍କୁ ଉଚିତ ନ୍ଯାୟ ମିଳିବା ସହ କ୍ଷତିପୂରଣ ନେଇ ଦାବି କରିଛନ୍ତି ପରୀକ୍ଷିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.