ଦୟା ନଦୀରେ କୁମ୍ଭୀର ଆତଙ୍କ: ଶୁଣିଲାନି ବନବିଭାଗ ଶେଷରେ କାବୁକଲେ ମତ୍ସ୍ୟଜୀବୀ

ପିପିଲି : ପୁରୀ ଜିଲ୍ଲା କଣାସ ଅଞ୍ଚଳରେ କୁମ୍ଭୀର ଆତଙ୍କ । କୁମ୍ଭୀରକୁ ଦେଖି ବନବିଭାଗକୁ ଖବର ଦେଲେ ଲୋକ । କିନ୍ତୁ ଶୁଣିଲାନି ବନବିଭାଗ। ଶେଷରେ ଜାଲ ପକାଇ ମତ୍ସ୍ୟଜୀବୀ କୁମ୍ଭୀରକୁ ଧରିଛନ୍ତି। କୁମ୍ଭୀର ଧରାପଡିବା ଖବର ପରେ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପୁରୀ ଜିଲ୍ଲା କଣାସ ଚୂପୁରୁଙ୍ଗି ନିକଟ ଦୟା ନଦୀ ମଝିରୁ କୁମ୍ଭୀରକୁ କାବୁ କରାଯାଇଛି।

ସୂଚନା ଅନୁସାରେ ଦୟା ନଦୀରେ କୁମ୍ଭୀର ବୁଲିବା ପରଠୁ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଥିଲା। ସହ ସହ ମତ୍ସ୍ୟଜୀବୀ ଦୟା, ମକରା ନଦୀ ଉପରେ ନିର୍ଭର କରୁଥିଲେ । ମାଛ ଧରିଲେ ପରିବାର ପ୍ରତିପୋଷଣ କରିଆସୁଥିଲେ। ଏହି ନଦୀ ଦେଇ ଡଙ୍ଗାରେ ଚିଲିକାକୁ ମାଛ ଧରିବାଯିବା ବନ୍ଦ କରି ଦେଇଥିଲେ । କିନ୍ତୁ ନଦୀରେ କୁମ୍ଭୀର ଆସିବା ଦିନ ଠାରୁ ଭୟରେ ନଦୀକୁ ଯାଉନଥିଲେ ମତ୍ସ୍ୟଜୀବୀ । ଅପେକ୍ଷା କରି ଥିଲେ ବନ ବିଭାଗ କେବେ କୁମ୍ଭୀରକୁ ଧରିବ । କିନ୍ତୁ ଅଭିଯୋଗ ଅଭିଯୋଗ ବାଟରେ ଥିବା ବେଳେ ଦିନକୁ ଦିନ କୁମ୍ଭୀର ତାର କାୟା ବିସ୍ତାର କରୁଥିଲା । କୁମ୍ଭୀରକୁ କାବୁ କରିବା ପାଇଁ ବାରମ୍ୱାର ଜଣାଇଥିଲେ ବି ଶୁଣିନଥିଲା ବନବିଭାଗ । ଶେଷରେ ଅଂଚଳର ସୁରକ୍ଷା ପାଇଁ ମେଳି ବାନ୍ଧିଲେ ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀ ମାଛ ମାରିବାକୁ ନଯାଇ ଦୟା ନଦୀରେ ଜାଲ ବିଛାଇ ଦିନ ତମାମ କୁମ୍ଭୀର ଧରିବା ଅଭିଯାନ ଚଳାଇଥିଲେ। ଶେଷରେ କଣାସ ଚୂପୁରୁଙ୍ଗି ନିକଟ ଜୀବନକୁ ବାଜି ଲଗାଇ ଦୟା ନଦୀ ମଝିରୁ କୁମ୍ଭୀରକୁ କାବୁ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like