ରାଜନଗର : ପୋଖରୀରୁ ଉଦ୍ଧାର ହେଲା ବଉଳା କୁମ୍ଭୀର

ରାଜନଗର : ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ରନାରାୟଣପୁର ଗାଁର ରଂଜିତ ମଣ୍ଡଳଙ୍କ ପୋଖରୀରୁ ଏକ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି ରାଜନଗର ବନବିଭାଗ । ଗତକାଲି ସନ୍ଧ୍ୟାରେ କୁମ୍ଭୀରଟି ବାଉଁଶଗଡ଼ ନଦୀରୁ ଆସି ରଂଜିତଙ୍କ ପୋଖରୀରେ ପସିଥିଲା । ଗାଁଲୋକେ କୁମ୍ଭୀରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବିଳମ୍ବିତ ରାତିରେ ବନବିଭାଗ ଗାଁରେ ପହଞ୍ଚି ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରିଥିଲା ।  ଏହାପରେ କୁମ୍ବୀରକୁ ମହୀପୁର ନଦୀରେ ଛାଡିଦିଆଯାଇଛି ।

ସୂଚନା ଯୋଗ୍ୟ ୧୪ ତାରିଖରେ ରାଜନଗର ବ୍ଲକ ଗଜରାଜପୁର ଗାଁ ଦାଣ୍ଡରେ ଏକ କୁମ୍ଭୀରକୁ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ କୁମ୍ଭୀରକୁ ଖୁଣ୍ଟରେ ବାନ୍ଧି ରଖିଥିଲେ ଉତ୍ତ୍ୟକ୍ତ ଲୋକେ ।  କୁମ୍ଭୀର ଗାଁ ପାଖ କେନାଲରୁ ଗାଁ ଦାଣ୍ଡକୁ ଚାଲିଆସିଥିଲା । ଏହାକୁ ଦେଖିବା ପରେ ଗାଁ ଲୋକେ ଏକ ଦୌଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ବାନ୍ଧି ରଖି ବନବିଭାଗକୁ ଖବର ଦେଇଥିଲେ । କୁମ୍ଭୀରକୁ ଉଦ୍ଧାର ପାଇଁ ଗାଁରେ ପହଞ୍ଚିଥିଲା ରାଜନଗର ବନବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like