ପିଶାଚ ସ୍ୱାମୀର ବର୍ବର କାଣ୍ଡ, ସମସ୍ତଙ୍କ ଆଗରେ ସ୍ତ୍ରୀର ବେକ କାଟିଲା ନିର୍ଦୟ ସ୍ୱାମୀ

ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ୱାମୀ । ସମସ୍ତଙ୍କ ଆଗରେ ସ୍ତ୍ରୀକୁ ଜୀବନରୁ ମାରିବାକୁ କଲା ଉଦ୍ୟମ । ହଁ ଆଜ୍ଞା, ଘରୋଇ କଳି ଏବେ ଘରୁ ବାହାରି ପଦାରେ ପଡ଼ିଛି । ଆଉ ଏହି କଳି ଏବେ ନେଇଛି ରକ୍ତାକ୍ତ ମୋଡ଼ । ଡାକ୍ତରଖାନାରେ ଛଟପଟ ହେଉଛନ୍ତି ମହିଳା ଜଣକ । ଆଉ ତାଙ୍କର ଏଭଳି ଅବସ୍ଥା କରିଛନ୍ତି ତାଙ୍କ ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ଯେଉଁ ଯାହାକୁ ଦିନେ ବାହା ହୋଇ ଘରକୁ ଆଣିଥିଲେ ଆଜି ସେହି ସ୍ତ୍ରୀକୁ ଆକ୍ରମଣ କରି ଲହୁଲୁହାଣ କରିଛି ସ୍ୱାମୀ ।
ପାରିବାରିକ କଳହକୁ ନେଇ ସ୍ତ୍ରୀର ବେକ କାଟିଲା ନିର୍ଦୟ ସ୍ୱାମୀ । ସ୍ତ୍ରୀ ଗୁରୁତର ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜୀବନ ମରଣ ସହ ସଂଘର୍ଷ କରୁଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳର ନନ୍ଦିଗ୍ରାମରେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ । ସୂଚନା ଅନୁଯାୟୀ, ବାଲିକୁଦା ଥାନା ଅଞ୍ଚଳର ଇଚ୍ଛାପୁର ଗ୍ରାମର ଜଟାଧାରୀ ସେନାପତିଙ୍କ ପୁଅ ପ୍ରକାଶ ସେନାପତି ଏବଂ ତାଙ୍କ ସ୍ତ୍ରୀ ପଦ୍ମିନୀ ସେନାପତିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହିଥିଲା ।
ଏହି ପାରିବାରିକ କଳହକୁ ସମାଧାନ କରିବା ନିମନ୍ତେ ମହାଦେବଙ୍କ ପୀଠରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟଙ୍କ ବୁଝାମଣା ଚାଲିଥିଲା । ସେହି ସମୟରେ ହଠାତ ପଦ୍ମିନୀଙ୍କ ସ୍ୱାମୀ ପ୍ରକାଶ ଏକ ଧାରୁଆ ଅସ୍ତ୍ରରେ ସଭାରେ ସମସ୍ତଙ୍କ ଉପସ୍ଥିତିରେ ସ୍ତ୍ରୀର ବେକ କାଟି ଦେଇଥିଲେ । ଯାହା ଫଳରେ ପଦ୍ମିନୀ ଗୁରୁତର ଆହତ ହୋଇଥିଲେ । ଏଭଳି ଦୃଶ୍ୟ ଦେଖି ଉପସ୍ଥିତ ଥିବା ଲୋକେ ହତବାକ୍ ହୋଇ ଯାଇଥିଲେ । କେହି କିଛି ବୁଝି ପାରୁନଥିଲେ କି ରୋକିବାକୁ ସାହସ ମଧ୍ୟ କରି ପାରୁନଥିଲେ ।
କିନ୍ତୁ ପଦ୍ମିନୀଙ୍କ ଏଭଳି ଅବସ୍ଥା ଦେଖି ଗ୍ରାମବାସୀମାନେ ତାଙ୍କୁ ଚିକିତ୍ସା ନିମନ୍ତେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ । ଅନ୍ୟପଟେ ସୈତାନ ସ୍ୱାମୀକୁ ଅଟକ ରଖିଛନ୍ତି ଗ୍ରାମବାସୀ । ସୂଚନା ପାଇ ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ତାଙ୍କ ସ୍ୱାମୀକୁ କାବୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦ୍ମିନୀଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବାର ଦେଖା ଯାଇଛି । ତେବେ ଅସଲ ଘଟଣା କ’ଣ?
କାହିଁକି ପ୍ରକାଶ ସମସ୍ତଙ୍କ ଆଗରେ ଏଭଳି ନିଜ ସ୍ତ୍ରୀକୁ ଆକ୍ରମଣ କଲେ? ଘରୋଇ କଳି ନା ଏହା ପଛରେ ଆଉ କିଛି କାରଣ ରହିଛି? ତାହା ତଦନ୍ତ ପରେ ହିଁ ଜଣାପଡିବ । ତେବେ ଦର୍ଶକବନ୍ଧୁ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ତ ନିତିଦିନିଆ କଥା ହେଲେ ଏହି ଝଗଡ଼ା ଏଭଳି ଭୟଙ୍କର ରୂପ ନେଇପାରେ ତାହା ଆଜି ସମସ୍ତଙ୍କୁ ଚକିତ କରିଦେଇଛି । ସ୍ବାମୀ ସ୍ତ୍ରୀଙ୍କ ବନ୍ଧନ ଏକ ପବିତ୍ର ବନ୍ଧନ । ବେଳେ ବେଳେ ପରସ୍ପର ମଧ୍ୟରେ କେତେ ରୋଷ, ଅଭିମାନ,ତିକ୍ତତା ଦେଖା ଦେଇଥିଲେ ମଧ୍ୟ ଦୁହିଁଙ୍କ ସମ୍ପର୍କ ଅତୁଟ । କିନ୍ତୁ କ୍ରୋଧର ବଶବର୍ତ୍ତିୀ ହୋଇ ନିଜ ସ୍ତ୍ରୀ ସହ ଏଭଳି କରିବା ଖୁବ ନିନ୍ଦନୀୟ ।