ଆଉ ଦିନକ ପରେ ମହାଶିବରାତ୍ରି: ବିବାଦ ମଝିରେ ଅଟକି ରହିଛି ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା

ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବାର ଆଶା ରଖିଛନ୍ତି ବିଏମ୍‌ସି ଅତିରିକ୍ତ କମିସନର

ଭୁବନେଶ୍ବର: ଆଉ ଦିନକ ପରେ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ପାଇଁ ମନ୍ଦିର ପ୍ରଶାସନର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଶିବରାତ୍ରି ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି। ତେବେ ବାରମ୍ବାର ଏଥିରେ ବ୍ୟତିକ୍ରମ ହୋଇଛି। ସମନ୍ଵୟ ବୈଠକରେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ବଡୁନିଯୋଗର ବକେୟା ଶ୍ରାବଣୀ ପ୍ରାପ୍ୟ ଓ ପରମ୍ପରା ଦାବି କରିଛି ବ୍ରାହ୍ମଣ ନିଯୋଗ। ଦାବି ପୂରଣ ନହେଲେ ବୁଧବାର ନୀତି ବନ୍ଦ କରିବାକୁ ଉଭୟ ନିଯୋଗ ଚେତାବନୀ ଦେଇଛନ୍ତି। ଦେବୋତ୍ତର କମିସନରଙ୍କ ଏକ ଟିମ୍‌ ମନ୍ଦିର ପ୍ରଶାସନ ଓ ବିଏମ୍‌ସିର ଅଧିକାରୀସ୍ତରୀୟ ଟିମ୍‌ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ। ତେବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ଓ ସୁରୁଖୁରୁରେ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ ବୋଲି ଆଶା ରଖିଛନ୍ତି ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.