ବୋତଲ ଭିତରେ ମଲା ମହୁମାଛି 

ତାରାତାରିଣୀ : ଦର୍ଶକବନ୍ଧୁ ଆପଣ ପାଣି ବୋତଲ କିଣୁଛନ୍ତି କି ହେଇଯାଅନ୍ତୁ ସାବଧାନ । କାରଣ ଆମେ ଆଜି ଆପଣଙ୍କୁ ଏମିତି କିଛି ଦୃଶ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ ପାଣି ପିଇବା ଆଗରୁ ବୋତଲ ଉପରେ ଆଗ ଆପଣଙ୍କ ନଜର ପକାଇବେ । ଆମେ ଏଠି ଆପଣଙ୍କୁ କହୁଛୁ ଯେତେବେଳେ ପାଣି ବୋଟଲ ଆପଣମାନେ କିଣୁଛନ୍ତି ନିହାତି ବୋତଲ ଉପରେ ଥିବା ଏକ୍ସପାଏରି ଡେଟକୁ ଚେକ କରି ଆପଣ ପାଣି ପିଉଥିବେ । ଯଦି ଆପଣଙ୍କୁ ବହୁତ ଶୋଷ ଲାଗୁଥିବ ଆଉ ଆପଣ ପାଣି କିଣିବା ପାଇଁ ଦୋକାନକୁ ଯାଇଥିବେ । ପାଣି ପିଇବା ପାଇଁ ବୋତଲ ଖୋଲୁ ଖୋଲୁ ଆପଣଙ୍କ ଆଖି ପଡିଥିବ ପାଣି ବୋତଲ ଭିତରେ ପାଣି ସହ ମରି ପଡିଥିବା ଏକ ମହୁମାଛି ଉପରେ । ତାହେଲେ ଆପଣ କଣ କରିବେ । ଆଗରୁ ଆପଣମାନେ ଜାଣିଛନ୍ତି କାଗଜରେ ପ୍ୟାକିଙ୍ଗ ହୋଇଥିବା କୋଲଡ୍ରିଙ୍ଗସ ହେଉ କି ଥଣ୍ଡା ବୋତଲ କଥା ହେଉ ଭିତରୁ ପୋକ,ମଲା ଝିଟିପିଟି ବାହାରିଛି । ଏଭଳି ଖବର ଆପଣମାନେ ନିଶ୍ଟୟ ଜାଣିଥିବେ ।

ବର୍ତମାନ ମାର୍କେଟରେ ଏକ ପାଣି ବୋତଲରେ ମଲା ମହୁମାଛି ଦେଖିବାକୁ ମିଳିଛି । ଯାହାକୁ ଦେଖି ପାଣି ପିଉବାକୁ ଆଣିଥିବା ଛାତ୍ରୀ ଜଣକ ହତବାକ ହୋଇଯାଇଥିଲେ । ଆଖିରେ ଦେଖିଲା ପରେ ମଧ୍ୟ ହଠାତ ବିଶ୍ୱାସ କରିପାରି ନଥିଲେ । ବୋତଲ ଉପର ପଟୁ ସିଲ ହୋଇଛି କିନ୍ତୁ ଭିତରେ ଭାସୁଛି ମରି ପଡିଥିବା ମହୁମାଛି । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ମା ତାରାତାରିଣୀ  ଛକରେ ଥିବା ହୋଟେଲ ମଲ୍ଲିକାର ।

ବ୍ରହ୍ମପୁର ସେଣ୍ଟ ଜାଉିୟରର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଏହି ହୋଟେଲକୁ ଖାଇବାକୁ ଆସିଥିଲେ । ଯେତେବେଳେ େଓ୍ଵଟର ପାଣି ବୋଟଲ ପିଲାମାନଙ୍କୁ ଦେଇଥିଲା ସେତିକିବେଳେ ବୋଟଲ ଭିତରେ ମଲା ମହୁମାଛି ଦେଖ୍‌ ତତକ୍ଷଣତ ସାଙ୍ଗରେ ଆସିଥିବା ଶିକ୍ଷକଙ୍କୁ ଏ ବିଷୟରେ ଜଣାଇ ଥିଲେ । ଏହାପରେ ଶିକ୍ଷକ ହୋଟେଲର ମାଲିକଙ୍କୁ ପଚାରି ଥିଲେ । ୧୦ ଦିନ ତଳେ ଏକ ଲୋକାଲ କମ୍ପାନୀ ପାଣି ବୋଟଲ ଗୁଡିକ ଏକ ବ୍ୟବସାୟୀ ପାଖରୁ କିଣିଥିବା ହୋଟେଲର ମାଲିକ କହିଥିଲେ । ଆଗରୁ ଏଭଳି ଘଟଣା କେବେ ହୋଇନାହିଁ ଏହା ସହ ଆମେ ଆଗାମୀ ଦିନରେ ଏଭଳି ଘଟଣା କିଭଳି ନ ଘଟିବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like