ସତୀଗୁଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡିବା ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି ଜିଲ୍ଲା ସତୀଗୁଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାରେ ୨ ନିଖୋଜ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ତୁଳସା ମାଢିଙ୍କ ମୃତଦେହକୁ ଉଦ୍ଧାର କଲେ ଓଡ୍ରାଫ ଏବଂ ମାଲକାନଗିରି ଅଗ୍ନିଶମ ବିଭାଗ ଟିମ୍।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସତୀଗୁଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାରେ ୨ ନିଖୋଜ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ତୁଳସା ମାଢିଙ୍କ ମୃତଦେହକୁ ଉଦ୍ଧାର କଲେ ଓଡ୍ରାଫ ଏବଂ ମାଲକାନଗିରି ଅଗ୍ନିଶମ ବିଭାଗ ଟିମ୍।

ଗତ କାଲି କାଳ ବୈଶାଖୀ ଯୋଗୁଁ ମାଲକାନଗିରି ଜିଲ୍ଲା ସତୀଗୁଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ୨ ଜଣ ନିଖୋଜ ଥିଲେ। ମାଛ ଧରିବାକୁ ଦୁଇ ଜଣ ଦେଶୀ ଡଙ୍ଗାରେ ଡ୍ୟାମକୁ ଯାଇଥିବା ବେଳେ କାଳ ବୈଶାଖୀର ପ୍ରଭାବରେ ପ୍ରବଳ ବର୍ଷା ପବନ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। mv -112 ଗାଁ ର ଗୋବିନ୍ଦ ସର୍ଦ୍ଦାର ଏବଂ ଭିମାରାଙ୍ଗିଣି ଗାଁର ତୁଳସା ମାଢି ନିଖୋଜ ଥିଲେ ତେବେ ବହୁ ଖୋଜା ଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave A Reply

Your email address will not be published.