ବଲାଙ୍ଗିର ଚିତ୍କାମାଲ ଗାଁରେ ଡବଲ ମର୍ଡର, ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ
![double murder in balangir](https://knewsodisha.com/wp-content/uploads/2019/09/double-murder-in-balangir.jpg)
ବଲାଙ୍ଗିର(କେନ୍ୟୁଜ୍): ଡବଲ ମର୍ଡର ଅଭିଯୋଗ । ଲରମ୍ଭା ଥାନା ଚିତ୍କାମାଲ ଗାଁ ନିକଟ ଜଙ୍ଗଲରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୁଣିଗାରେଡି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ରୁକ୍ମିଣୀ ବରିହା ଓ ତାଙ୍କ ସ୍ୱାମୀ ଚିନ୍ତାମଣି ବରିହା ବୋଲି ଚିହ୍ନଟ ହୋଇଛନ୍ତି । ଦେଢମାସ ତଳେ ଚିନ୍ତାମଣି ଗାଁ ଶ୍ମଶାନରେ ଗୁଣିଗାରୁଡି କରୁଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ। ପରେ ଏହି ମାମଲା ଲରମ୍ଭା ଥାନାରେ ପହଞ୍ଚିଥିଲା। ଆଜି ଚିନ୍ତାମଣି ଓ ରୁକ୍ମିଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।