କଟକ: ମହାନଦୀରୁ ଉଦ୍ଧାର ହେଲେ ବୁଡ଼ି ଯାଇଥିବା ମହିଳା

କଟକ : ମହାନଦୀରେ ବୁଡ଼ି ଯାଇଥିବାବେଳେ ଉଦ୍ଧାର ହେଲେ ମହିଳା ।  ୭୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କଲେ CMC କର୍ମଚାରୀ ବାବୁଲି ବେହେରା ।  ଆଜି ସକାଳେ କଟକ ଯୋବ୍ରା ଆନିକଟ ବ୍ରିଜ ନିକଟରେ ଜଣେ ମହିଳା ନଦୀ ଭିରକୁ ଡେଇଁ ପଡ଼ିଥିଲେ ।  ଉଦ୍ଧାର କରିବା ସମୟରେ ଉଭୟ ମହିଳା ଓ ବାବୁଲି ବେହେରା ଆହତ ହୋଇଛନ୍ତି ।  ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି କଟକ SCBରେ ଭର୍ତ୍ତି କରିଛନ୍ତି ।

ତେବେ ଉଦ୍ଧାର ପରେ ମହିଳା ଜଣକ କହିଛନ୍ତି, ମୁଁ ଜୀବନ ହାରିବାକୁ ଆସିନଥିଲି ।  ମୁଁ ଠାକୁର ଧାନ, ମାଣ ପେଡି, କଉଡ଼ି, ଗୁଆ ପକେଇବାକୁ ମହାନଦୀକୁ ଆସିଥିଲି । ମହିଳାଙ୍କ ଘର ଭୁନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ନଦୀକୁ ଡେଇଁ ଉଦ୍ଧାର କରିଛନ୍ତି ବାବୁଲି ।