ରାଜ୍ୟ

ରାଇକିଆ : ଶୁଣିଲେ ଛାତି ଥରି ଉଠୁଛି, ଅଢ଼େଇଶହ ଟଙ୍କା ପାଇଁ ୮ ବର୍ଷର ପୁଅକୁ ବାପା ମା’ ଦେଲେ ଭୟଙ୍କର ଶାସ୍ତି

ରାଇକିଆ (କେ ନ୍ୟୁଜ୍‌) : ୨୫୦ଟଙ୍କା ଘରୁ ଚୋରି କରିଥିଲା ୮ ବର୍ଷର ପୁଅ । ଆଉ ତାକୁ ଏଥିପାଇଁ ଯେଉଁ ଶାସ୍ତି ମିଳିଲା ଆପଣ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜନ୍ମ କଲା ବାପା ମା’ ଏପରି ର୍ନିଦ୍ଦୟ ନିଷ୍ଠୁର ଓ ନିର୍ମମ ହୋଇପାରନ୍ତି କେହି ବିଶ୍ଵାସ କରିପାରିବେ ନାହିଁ । ଏପରି ଲୋମ ଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଶ୍ରୀରାମ ପଦାସାହିରେ ।

ଏହି ଗାଁର ବାସିନ୍ଦା ବିଜୁ ତ୍ରିପାଠୀ ନିଜ ଘର ଆଗରେ ଏକ ଗଛରେ ନିଜର ୮ବର୍ଷ ପୁଅକୁ ବାନ୍ଧି ପ୍ରାୟ ୪ଘଣ୍ଟା ପର୍ଯ୍ଯନ୍ତ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଦେଲେ । ସେଥିରେ ମଧ୍ୟ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ଶେଷରେ କିରୋସିନ ଢାଳି ନିଆଁ ଲଗାଇ ଜିଅନ୍ତା ପୋଡି ଦେବାକୁ ଉଦ୍ୟମ ବି କରିଥିଲେ । ଅବଶ୍ୟ ବୋଧହୁଏ ନିଜ ଭୁଲ ବୁଝି ପାରି ବାପା ମା ପରେ ପାଣି ପକାଇ ଶିଶୁ ଗୋଡ଼ରୁ ନିଆଁ ଲିଭାଇ ଦେଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି, ଦିନ ତମାମ ପିଲାଟି ଗଛରେ ବନ୍ଧା ହୋଇ ରହିଥିଲେ ମଧ୍ୟ ତାକୁ କେହି ଉଦ୍ଧାର କରିବାକୁ ସାହସ କରିନଥିଲେ। ଆଜି ସକାଳେ ଖବର ପାଇ ଚାଇଲ୍ଡ ଲାଇନର ଅନୁପ କୁମାର ସାହୁ ଏବଂ ଅନ୍ୟ ସଦସ୍ଯ,ଦିଲୀପ କୁମାର ଦାସ ଡିଓ, ବାଲ୍ଯ ବିବାହ ପ୍ରତିରୋଧ ସମ୍ପାଦକ ବିଷ୍ଣୁ ପ୍ରିୟା ପ୍ରଧାନ ଏବଂ ଜି. ଉଦୟଗିରି ଥାନା ଅଧିକାରୀ ନରେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ୮ବର୍ଷର ପୁଅକୁ ଉଦ୍ଧାର କରିଥିଲେ । ପିଲାଟିକୁ ଫୁଲବାଣୀ ଶିଶୁ ବିଭାଗକୁ ପଠା ଯାଇଛି ।

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago