ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ରାମେଶ୍ୱର ନିକଟରେ ଗତକାଲି ରାତିରୁ ପଡିରହିଛି ହାତୀ, ଚିକିତ୍ସା କରୁଛନ୍ତି ଟାଙ୍ଗୀ ପ୍ରାଣୀ ଚିକିତ୍ସକ

କେନ୍ୟୁଜ୍(ବ୍ୟୁରୋ):  ଯନ୍ତ୍ରଣାରେ କଲବଲ ହାତୀ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ରାମେଶ୍ୱର ନିକଟରେ ଗତକାଲି ରାତିରୁ ପଡିରହିଛି ହାତୀ । ଖବର ପାଇ ଟାଙ୍ଗୀ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି । ଏହା ସହ ଟାଙ୍ଗୀ ପ୍ରାଣୀ ଚିକିତ୍ସକ ହାତୀଟିର ଚିକିତ୍ସା କରିଥିବା ଜଣାପଡିଛି । ତେବେ ହାତୀଟି କେଉଁ କାରଣରୁ ଅସୁସ୍ଥ ରହିଛି, ତାର କାରଣ ଅସ୍ପଷ୍ଟ ରହିଛି । ଗତ ନଭେମ୍ବରରେ ରାମେଶ୍ୱରର ବିଲ ମଝିରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଆଜି ମଧ୍ୟ ସମାନ ସ୍ଥାନରେ ଆଉ ଏକ ହାତୀ ମୃତ୍ୟୁ ସହ ସଂଗ୍ରାମ କରୁଛି ।