କିଛି ଦିନ ବ୍ୟବଧାନରେ ପୁଣି ସାମ୍ବାଦିକ ସମ୍ମିଳନୀରେ ସାମ୍ନାକୁ ଆସିଲେ ସୁବ୍ରତ ବାଗଚୀ, କହିଲେ ଫେକ ନ୍ୟୁଜକୁ ହ୍ବାର୍ଟସଆପରେ ଭାଇରାଲ କରି କ୍ଷତି କରନ୍ତୁ ନାହିଁ

କେନ୍ୟୁଜ୍ (ବ୍ୟୁରୋ): କିଛି ଦିନ ବ୍ୟବଧାନରେ ପୁଣି  କରୋନା  ମୁକାବିଲାର ଅପଡେଟ  ନେଇ  ସାମ୍ନାକୁ  ଆସିଲେ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁକାବିଲାର  ମୁଖପାତ୍ର ସୁବ୍ରତ ବାଗଚୀ। ସେ  କହିଛନ୍ତି  ଜୁନ  ମାସ କରୋନା  ମୁକାବିଲା ପାଇଁ  ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ  ଏହି ମାସରେ ମୌସୁମି ଆସୁଥିବାରୁ ଅନେକ ଲୋକେ ସାଧାରଣ ଥଣ୍ଡାକାଶର ଶିକାର ହୁଅନ୍ତି । ଆଉ ଏହି ସମୟରେ ସଂକ୍ରମଣ  ସଂଖ୍ୟା ବୃଦ୍ଧି ପାଇଥାଏ। ତେଣୁ ଏହି ମାସରେ ଆମେ ନିଜକୁ ସୁରକ୍ଷା ରଖିବାର ପଦକ୍ଷେପ ଆପଣାଇବା।

ଏବେ ପ୍ରତିଟି ପରିବାରର ମୁଖ୍ୟଙ୍କ ହାତରେ ଅଛି କରୋନା ମୁକାବିଲା କରିବାର ଅସ୍ତ୍ର। ନିଜେ ପଦାକୁ ନଯାଇ ପରିବାରକୁ  ମଧ୍ୟ ପଦାକୁ ଯବାକୁ ନଦିଅନ୍ତୁ  ପରିବାର  ମୁଖ୍ୟ । ଯାହା ଦ୍ବାରା କରୋନା ଘର ଠାରୁ ବହୁ ଦୂରରେ ରହିବ ବୋଲି ବାଗଚୀ କହିଛନ୍ତି। ଏବେ ଫେକ ନ୍ୟୁଜକୁ ହ୍ବାର୍ଟସଆପରେ ଭାଇରାଲ  କରି କ୍ଷତି କରନ୍ତୁ ନାହିଁ ।

ଭାଇରାଲ କରିବା ପୂର୍ବରୁ ଦିନ ରାତି କରୋନା ମୁକାବିଲାରେ ନିଜକୁ ନିୟୋଜିତ କରିଥିବା ଯୋଦ୍ଧାର  ମୁହଁକୁ  ଥରେ ମନରେ ଭାବନ୍ତୁ ବୋଲି ବାଗଚୀ ଅପିଲ କରିଛନ୍ତି । ଆଇଏଏସ ଅଦଳବଦଳ ପ୍ରସଙ୍ଗରେ  ବାଗଚର କହିଛନ୍ତି  ଏହି  ଯୁଦ୍ଧରେ ନୂଆ ସୌନିକ ସାମିଲ ହେଲେ ହିଁ  ପୂରୁଣା ସୈନିକ କ୍ଲାନ୍ତ ହେବେ ନାହିଁ ତେଣୁ ଏ ଯୁଦ୍ଧରେ ଏଭଳି ସୈନିକ ଯିବା ଆସିବା ଲାଗି ରହିବ।

ଏହା  ସହିତ ବାଗଚୀ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଗଜପତି ମହାରାଜା ଉଦାହରଣ ହୋଇଛନ୍ତି। ବିଦେଶରୁ ଫେରି ଉଭୟ ରାଜା ଓ ରାଣୀ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। କାଲି ମଧ୍ୟ ସ୍ନାନଯାତ୍ରାକୁ ନଆସି ଶ୍ରୀନଅରରେ ରହିଥିଲେ ମହାରାଜା।  ଗଜପତିଙ୍କୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

 

Leave A Reply

Your email address will not be published.