ବାଲେଶ୍ୱର: ପାଞ୍ଚ ଟଙ୍କା ପାଇଁ ଥାନାରେ ଏତଲା, ହଜି ଯାଇଥିବା ପାଞ୍ଚ ଟଙ୍କାକୁ କେନ୍ଦ୍ର କରି ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ

ବାଲେଶ୍ୱର(କେନ୍ୟୁଜ୍):   ପାଞ୍ଚ ଟଙ୍କା ପାଇଁ ଥାନାରେ ଏତଲା। ହଜି ଯାଇଥିବା ପାଞ୍ଚ ଟଙ୍କାକୁ କେନ୍ଦ୍ର କରି ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଏଭଳି ଘଟଣା ସାମନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ମଙ୍ଗଳପୁର ପଞ୍ଚାୟତ ଶାସନବାଡ଼ ୟୁଜିୟୁପି ସ୍କୁଲରୁ । ଅଭିଯୋଗ ହୋଇଛି, ସ୍କୁଲର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ପାଞ୍ଚ ଟଙ୍କା ହଜି ଯାଇଥିଲା । ଏହାକୁ ପାଇବା ପରେ ସଂପୃକ୍ତ ଛାତ୍ରୀଙ୍କୁ ୫ ଟଙ୍କା ଫେରାଇ ଦେଇଥିଲେ ଜଣେ ଛାତ୍ର। କିନ୍ତୁ ପରେ ଟଙ୍କା ଚୋରି ଓ ଛାତ୍ରୀଙ୍କ ସହ କଥା ହେଉଥିବା ଅଭିଯୋଗରେ ଆଉ ଦୁଇ ଜଣ ଯୁବକ ସ୍କୁଟିରେ ଆସି ସଂପୃକ୍ତ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଖେଳ ଛୁଟି ବେଳେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ପରିବାର ଲୋକ। ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚରା ସହ ଘଟଣାର ତଦନ୍ତ କରୁଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.