ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର ପାର୍ଶ୍ଵରେ ଥିବା ଫାଇବର ବ୍ୟାରିକେଡରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭୋର ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି ।

ଏପଟେ ସୂଚନା ଥାଉକି, ଚନ୍ଦନ ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ଅବସରରେ ଘଟିଥିବା ଏହି ଅଘଟଣ । ଭୟାବହ ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ବିଭିନ୍ନ ମେଡିକାଲରେ ୨୪ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି ।

ଏପଟେ କେମିତି ବିସ୍ପୋରଣ ଘଟିଲା ? କାହିଁକି ଘଟିଲା ? ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିବା ପରେ ଆରମ୍ଭ କରିଛି ତଦନ୍ତ । ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଫୋରେନସିକ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ କରାଯାଉଛି l

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ରାଓ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ବାଣ ଫୁଟାଇବା ଘଟଣାରେ ସାମିଲ ଥିବା ଚନ୍ଦନ ଭୋଇ ମଧ୍ୟ ଗୁରୁତର ଅଛନ୍ତି ।

ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା ରାଶି। ବିସ୍ଫୋରଣ ବେଳେ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିଲେ । ତେଣୁ କାଳେ କେହି ବୁଡ଼ି ଯାଇଥିବେ ଏହି ସନ୍ଦେହରେ ଗତକାଲି ସ୍କୁବା ଡାଇଭର ଏବଂ ଓଡ୍ରାଫ ଟିମ୍ ଦ୍ୱାରl ପୁଷ୍କରିଣୀରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ମିଳି ନଥିଲା ।

You might also like