ଚପଲ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜୋତା ପୋଡି ନଷ୍ଟ

ବାଲେଶ୍ୱର ଅରଡବଜାରେ ଏକ ଚପଲ ଗୋଦାମରେ ଅଗ୍ନିକାଣ୍ଡ। ଫଳରେ ଲକ୍ଷାଧିକ ଟଙ୍କାର ଜୋତା ପୋଡି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ୟମ କରିଥିବା ବେଳେ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ବାଲେଶ୍ୱର : ବାଲେଶ୍ୱର ଅରଡବଜାରେ ଏକ ଚପଲ ଗୋଦାମରେ ଅଗ୍ନିକାଣ୍ଡ। ଫଳରେ ଲକ୍ଷାଧିକ ଟଙ୍କାର ଜୋତା ପୋଡି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ୟମ କରିଥିବା ବେଳେ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ନିଆଁ ଲିଭାଇବାକୁ ଯାଇ ଜଣେ ଯୁବକ ଅସୁସ୍ଥ ଅନୁଭବ କରିବାରୁ ଯୁବକ ଜଣଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।

ମହମ୍ମଦ ଆବଦିନଙ୍କ ଘରେ ଅମଯାଦ ଖାନ ନାମକ ଜଣେ ବ୍ୟକ୍ତି ଚପଲ ଗୋଦାମ କରିଥିବା ବେଳେ ଇଲେକ୍ରି ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଜୋତା ଦୋକାନରେ ଅଗ୍ନିକାଣ୍ଡ ଘଟିବାର କାରଣ ଅସ୍ପଷ୍ଟ ରହିଛି ।

 

 

 

 

Leave A Reply

Your email address will not be published.