ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମ୍ୟାନେଜମେଣ୍ଟ ୟୁନିଟରେ ଲାଗିଲା ନିଆଁ, ସନ୍ଦେହରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ

କାକଟପୁର: ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମ୍ୟାନେଜମେଣ୍ଟ ୟୁନିଟରେ ଲାଗିଲା ନିଆଁ । ଏଥିରେ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି । ଅସ୍ତରଙ୍ଗ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କଲେ ଆୟତ୍ତ କରିଥିଲେ । ଏନେଇ ସନ୍ଦେହରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଗତକାଲି ରାତି ପ୍ରାୟ ୯ଟା ସମୟରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଘଟଣ ଘଟିଛି ।

ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ମ୍ୟାନେଜମେଣ୍ଟ ୟୁନିଟରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବାରୁ ଖବର ପାଇ ଅସ୍ତରଙ୍ଗ ଅଗ୍ନିଶମ କର୍ମଚାରୀ ପହଞ୍ଚି ଧୂଆଁକୁ ଆୟତ କରିବାପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ପ୍ରବଳ ଧୂଆଁ ବାହାରୁ ଥିବାରୁ ଅନେକ ସମସ୍ୟା ମଧ୍ୟ ହୋଇଥିଲା । ଏହାପରେ ଅଫିସର ତାଲାଭାଙ୍ଗି ରୁମ ଭିତରେ ପଶିଥିଲେ । ଦେଖିଲାବେଳକୁ ଅଫିସରଙ୍କ ଏ.ସି ସୁଇଚ ଅନ ଥିବାରୁ ଏସିଟି ସମ୍ପୂର୍ଣ ପୋଡ଼ିଯାଇଛି । ସଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀ କହିଛନ୍ତି ।

ଏହି ନିଆଁରେ ବହୁ ଗୁରୁତୟୁ ପୂର୍ଣ କାଗଜପତ୍ର ପୋଡି ଯାଇଥିବା କୁହାଯାଉଛି । ଏହି ଅଫିସରେ ସ୍ବାସ୍ଥ୍ୟ କେନ୍ଦ୍ରର ଅମରେଶ ମହାରଣା ଓ ରଞ୍ଜନ ମିଶ୍ର କାର୍ଯ୍ୟ କରନ୍ତି । ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ କାମ ମଧ୍ୟ ହୋଇଥାଏ । ଏଭଳି ପରିସ୍ଥିତିରେ ନିଆଁ କେମିତି ଲାଗିଲା ଏବଂ ଅଫିସ ବନ୍ଦ ପରେ ଏସି ସୁଇଚ କ’ଣ ପାଇଁ ଅନ ଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଗତକାଲି ସ୍ବାସ୍ଥ୍ୟ ବିଭାଗର ବହୁ ପଦାଧିକାରୀ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଅନେକ ଯାଞ୍ଚ କରିଥିଲେ ।

ଏହାପରେ ଅନେକ ଫାଇଲ ମିଳି ନଥିଲା । ଏନେଇ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରି ଫେରିଯିବା ସହ ତୁରନ୍ତ ଫାଇଲ ଠିକ କଲେ ପୁଣି ଯାଞ୍ଚରେ ଆସିବେ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ତାଗିଦ କରିଥିଲେ । କିନ୍ତୁ ଆଜି ସେହି ମ୍ୟାନେଜମେଣ୍ଟ ୟୁନିଟରେ ନିଆଁ ଲାଗିବା ଘଟଣାକୁ ନେଇ ସାଧାରଣରେ ଅନେକ ଆଲୋଚନା ଚାଲିଛି । ତେବେ ଏହା କାହାର ଷଡଯନ୍ତ୍ର ନୁହେଁ ତ! ଏନେଇ ସାଧାରଣରେ ଖୁବ ଚର୍ଚ୍ଚା ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.