ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ

ପୁରୀ(କେନ୍ଯୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ । ଆସନ୍ତାକାଲି ବଡମୂଳ ସ୍ଥିତ ମା ବଡରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବ ।

ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ, ଶ୍ରୀଫଳ ଆଦି ପୂଜା ସାମଗ୍ରୀ ନେଇ ସ୍ୱତନ୍ତ୍ର ପ୍ରତିନିଧି ଦଳ ଯିବେ । ଚଳିତବର୍ଷ ରଥ ନିର୍ମାଣ ପାଇଁ ୭୮୫ ଖଣ୍ଡ କାଠର ଆବଶ୍ୟକତା ରହିଛି। ପୂର୍ବବର୍ଷ ୮୦ ଖଣ୍ଡ ବଳକା କାଠ ରହିଛି। ୪୨୨ ଖଣ୍ଡ କାଠ କରତକଳକୁ ଯିବ ଓ ୨୮୩ ଖଣ୍ଡ କାଠ ରଥଖଳାକୁ ଆସିବ।

 

 

Leave A Reply

Your email address will not be published.