ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ, ୧୦ଟା ୪୫ ରେ ଆରମ୍ଭ ହେବ ଉଡାଣ

ଭୁବନେଶ୍ୱର (କେନ୍ୟୁଜ) ; ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୧୦ଟା ୪୫ ରେ ଏଟିଆର-୭୨ ଆଲାଏନ୍ସ ଏୟାର ଲାଇନ୍ସ ବିମାନ ଉଡାଣ ଆରମ୍ଭ କରି ରାଉରକେଲାରେ ୧୧ଟା ୪୦ରେ ପହଁଞ୍ଚିବ ।

ସେହିପରି ରାଉରକେଲା ବିମାନ ବନ୍ଦରରୁ ୧୨ଟା ୫ରେ ବାହାରି ଭୁବନେଶ୍ୱରେ ୧ଟା ପହଞ୍ଚିବ । ପ୍ରଥମ କରି ଏଲାଏନ୍ସ ଏୟାର ଲାଇନ୍ସର ଗୋଟିଏ ବିମାନ ଓ ଦୁଇଟି ଚାଟାର୍ଡ ବିମାନ ଉଡାଣ ଭରିବ । ରାଉରକେଲାରୁ ଭୁବନେଶ୍ୱର ବିମାନ ଟିକେଟ ୨୮୯୮ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରୁ ରାଉରକେଲା ବିମାନ ଟିକେଟ ଦାମ୍‌ ରହିଛି ୨୮୩୦ ଟଙ୍କା । ନିୟମିତ ଭାବେ ବିମାନ ଚଳାଚଳ ସମୟ ରାଉରକେଲାରୁ ଅପରାହ୍ଣ ୨ଟା ୫୫ରେ ବାହାରି ଭୁବେନେଶ୍ୱରରେ ୩ଟା ୫୦ ରେ ପହଞ୍ଚିବ । ଭୁବନେଶ୍ୱରରୁ ୪ଟା ୧୫ରେ ବାହାରି ରାଉରକେଲାରେ ୫ଟା ୧୦ରେ ପଂହଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.