ହୀରାକୁଦ ଜଳ ଭଣ୍ଡାରରେ ଖୁବଶୀଘ୍ର ହେବ ଭାସମାନ ସୌର ପ୍ରକଳ୍ପ

ସମ୍ବଲପୁର(କେ ନ୍ୟୁଜ): ହୀରାକୁଦ ଜଳ ଭଣ୍ଡାରରେ ଖୁବଶୀଘ୍ର ହେବ ଭାସମାନ ସୌର ପ୍ରକଳ୍ପ। ଉତ୍ପାଦନ ହେବ ୪୦ ମେଗାୱାଟ ବିଦ୍ୟୁତ । ଏଥିପାଇଁ ହୀରାକୁଦର ଅତଳ ଜଳରାଶିରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସର୍ଭେ । ଏହା ଭାରତ ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଇଣ୍ଡିଆ କରୁଥିବା ବେଳେ ସର୍ଭେ କାମ ଏକ ଠିକା ସଂସ୍ଥାକୁ ଦିଆଯାଇଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାସମାନ ସୌର ପ୍ରକଳ୍ପ ଶକ୍ତି ଉତ୍ପାଦନ କରିବ । ପାଣିଉପରେ ଭାସମାନ ଅବସ୍ଥାରେ ସୋଲାର

ପ୍ୟାନେଲ କିଭଳି ଲାଗିବ ସେନେଇ ସର୍ଭେ ଆରମ୍ଭ ହୋଇଛି । କମ ଖର୍ଚ୍ଚରେ ଉତ୍ପାଦନ ହେବ ସବୁଜ ଶକ୍ତି । ହୀରାକୁଦ ଜଳଭଣ୍ଡାର ରାଇଟ ଡାଇକରେ ଏହି ପ୍ରକଳ୍ପ ପାଇଁ ୧୦ସ୍କୋୟାର କିଲୋମିଟର ଅଞ୍ଚଳ ସର୍ଭେ କରାଯାଇଛି । ଏହି ପ୍ରକଳ୍ପ ପାଇଁ ୨ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଉତ୍ପାଦିତ ବିଜୁଳି ଶକ୍ତି ଗ୍ରୀଡକୋ ମାଧ୍ୟମରେ ବଣ୍ଟାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.