ପୁଷ ପୁନି ମଞ୍ଚରେ ଝୁମିଲେ ବିଦେଶିନୀ ମହିଳା, ବିଭୋର ହେଲେ ଦର୍ଶକ

ସତରେ ଆମ ଆଦିବାସୀ ପରମ୍ପରା ସଂସ୍କୃତି କେତେ ମହାନ । ବିଦେଶିନୀ ବି ଆମ ପରମ୍ପରା ସଂସ୍କୃତିରେ ହେଉଛନ୍ତି ମତୁଆଲା । ଓଡ଼ିଶା ମଞ୍ଚ ଉପରେ ଗୀତ ଗାଇବା ସହ ବାଦ୍ୟଯନ୍ତ୍ରକୁ ବଜାଇଛନ୍ତି ବିଦେଶିନୀ ମହିଳା । ପାଦରେ ନୁପୁରର ତାଳେ ତାଳେ ଆମ ପରମ୍ପରା ଓ ସଂସ୍କୃତିକୁ ମନଭରି ଉପଭୋଗ କରିଛନ୍ତି ।

ଆମେ କହୁଛୁ ଋଷିୟ ବିଦେଶିନୀ ମହିଳାଙ୍କ କଥା । ଯିଏ ପୁଷପୁନି ମଞ୍ଚରେ ନିଜ କଳା ପ୍ରଦର୍ଶନ କରିବା ସହ ଆମ ପାରମ୍ପରିକ ବାଦ୍ୟଯନ୍ତ୍ରରେ ନାଚିଥିଲେ । ଋଷିୟାନ ଓ ଆଦିବାସୀ ମ୍ୟୁଜିକ ଫ୍ୟୁଜନରେ କିଛି ସମୟ ପାଇଁ ମନ୍ତ୍ରମୁଗ୍ଧ  ହୋଇଯାଇଥିଲେ ଦର୍ଶକ । ପୁଷପୁନି ମଞ୍ଚର ଶେଷ ସନ୍ଧ୍ୟା ଥିଲା ବେଶ ଚିତାକର୍ଷକ । ଯାହାର ପ୍ରଶଂସା ଯେତେ କଲେ କମ ହେବ । ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ଦର୍ଶକ ସମସ୍ତେ ବିଦେଶିନୀଙ୍କ ନିଆରା ବାଦ୍ୟ ଓ ନାଚରେ ଝୁମି ଥିଲେ । ମନେ ହେଉଥିଲା ଏମାନେ ବିଦେଶୀ ନୁହଁନ୍ତି ଏଇ ଯେମିତି ଆମ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକେ ।

ଏଠାକୁ ଆସିଥିବା ପର୍ଯ୍ୟଟକ କହିଛନ୍ତି ଭାରତୀୟ ସଂସ୍କୃତି ମହାନ ଆଉ କୋରାପୁଟ ତଥା ଆଦିବାସୀ ସଂସ୍କୃତି ତାଙ୍କୁ ନିଜ ଦେଶ ପରି ମନେ ହେଉଛି । ଦୀର୍ଘ ଆଠ ଦିନ ଧରି ପୁଷପୁନି ମଞ୍ଚରେ ଚାଲିଥିଲା ପାରମ୍ପରିକ କୃଷି ଭିତ୍ତିକ ପରବ ଯେଉଁଠି ସ୍ଥାନୀୟ କଳାକାରଙ୍କ ପାଇଁ ଏକ ସୁଯୋଗ ଥିବା କହିଛନ୍ତି ଜିଲ୍ଲାପାଳ ।

ସେପଟେ ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ନାମୀ ଦାମୀ କଳାକାର ମଞ୍ଚରେ ନିଜ କଳାକୁ ପ୍ରଦର୍ଶନ କରି ଲୋକଙ୍କ ମନ ମୋହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳା ମାଧ୍ୟମରେ ସହଯୋଗ ସହ ଆଗାମୀ ଦିନରେ କିଛି ନୂଆ ରୁପରେ ଆସିବ ପୁଷ ପୁନି ବୋଲି କୁହାଯାଇଛି ।

 

You might also like