ରାଜ୍ୟ

ବନରକ୍ଷୀଙ୍କ ନାଁରେ ବନ, ୨୦ ହେକ୍ଟର୍‌ ଜମିରେ ଲଗାଇଛନ୍ତି ୩୨ ହଜାର ଫଳ ଗଛ

କେନ୍ଦୁଝର(କେନ୍ୟୁଜ୍): ବନରକ୍ଷୀଙ୍କ ନାଁରେ ନାମିତ ହୋଇଛି ବନ । ଯାହାର ନାଁ ହେଉଛି ମିତ୍ରଭାନୁ ବନ । ଦିନେ ଟାଙ୍ଗରା ଭୂଇଁ ଥିବା ସ୍ଥାନରେ ନିଜ ପ୍ରଚେଷ୍ଟାରେ ୨୦ ହେକ୍ଟର୍‌ ଜମିରେ ୩୨ ହଜାର ଫଳ ଗଛ ଲଗାଇଛନ୍ତି ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକ। ତାଙ୍କର ସ୍ୱତନ୍ତ୍ର ପ୍ରଚେଷ୍ଟାରେ ମାତ୍ର ୧ ବର୍ଷରେ ଆମ୍ବ, ପଣସ, ଜାମୁକୋଳି, ଅଁଳା, ଓଉ ଆଦି ଗଛ ୧୦ ଫୁଟ୍‌ ଉଚ୍ଚ ହୋଇପାରିଛି । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ବାସ କରିବା ମୁସ୍କିଲ୍।

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମହାଦେବପୁର ଗାଁ ନିକଟ ରାସ୍ତାକଡରେ କେମିତି ପଥଚାରୀଙ୍କର ଦୃଷ୍ଟି ଆକର୍ଷଣ କରୁଛି ଏହି ମିତ୍ରଭାନୁ ବନ । ଏଠାରେ ନୂତନ ଭାବେ ୨୦ହେକ୍ଟର୍‌ ପରିମିତ ସ୍ଥାନରେ ଲାଗିଛି ଭଳିକି ଭଳି ଫଳଗଛ। ଆମ୍ବ, ପଣସ, ଓଉ, ଅଁଳା, ଜାମୁକୋଳି, ନିମ୍ବ, ବର, ଅଶ୍ଵସ୍ଥ ପରି ଗଛ ଏଠାରେ ଲଗାଯାଇଛି। ମାତ୍ର ଗୋଟିଏ ବର୍ଷରେ ଏସବୁ ଗଛ ୧୦ ଫୁଟ୍‌ ଉଚ୍ଚର ହୋଇପାରିଛି । ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକଙ୍କ ପ୍ରଚେଷ୍ଟା ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ଏହା ସମ୍ଭବ ହୋଇପାରିଛି ।

ବେଲଦା ସଂରକ୍ଷିତ ଜଙ୍ଗଲର ଏହି ଅଞ୍ଚଳ ବହୁବର୍ଷ ହେବ ଟାଙ୍ଗରା ଭୂଇଁଥିଲା । ଏଠାରେ ବୃକ୍ଷରୋପଣ କରିବାକୁ ସ୍ଥାନୀୟ ଲୋକେ ବନବିଭାଗକୁ ନିବେଦନ କରିଥିଲେ । ମହାଦେବପୁର, ପୋଟଳ, କେନ୍ଦୁଆ ଗାଁର ଲୋକଙ୍କୁ ଏକାଠି କରି ମିତ୍ରଭାନୁ ଏହି ଅଞ୍ଚଳରେ ଗଛ ଲଗାଇବାକୁ ପ୍ରୟାସ ଆରମ୍ଭ କଲେ । ଗାଁଲୋକଙ୍କ ସହାୟତରେ ବାଡଦେବାଠୁ ଆରମ୍ଭ କରି ଗାତ ଖୋଳିବା, ଗଛ ଲଗାଇବା, ପାଣି ଦେବା ପରି ବିଭିନ୍ନ କାମ କରିଥିଲେ ମିତ୍ରଭାନୁ । ୧ ବର୍ଷ ପରେ ଏଠାରେ ଥିବା ୩୨ହଜାର ଗଛ ୧୦ ଫୁଟ୍‌ ଉଚ୍ଚର ହୋଇଗଲାଣି । ମିତ୍ରଭାନୁଙ୍କର ଏଭଳି ପ୍ରୟାସ ପାଇଁ ବନବିଭାଗ ତରଫରୁ ଏହି ବନାଞ୍ଚଳକୁ ତାଙ୍କ ନାମରେ ନାମିତ କରାଯାଇଛି । ଯାହା ସମଗ୍ର ଜିଲ୍ଲାରେ ପାଲଟିଛି ଉଦାହରଣ ।

ଧୀରେ ଧୀରେ ଜଙ୍ଗଲ ହ୍ରାସ ପାଉଥିବା ବେଳେ, ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଏବେ ଜରୁରୀ ହୋଇ ପଡ଼ିଛି । ନିଜ ହାତରେ ଜଙ୍ଗଲ ସୃଷ୍ଟି କରି, ଏହାର ଜ୍‌ଳନ୍ତ ଉଦାହରଣ ପାଲଟିଛନ୍ତି ମିତ୍ରଭାନୁ ନାଏକ । ଯାହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଖୁସି।

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

10 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

18 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

33 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

39 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

53 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago