ଦୀର୍ଘ ୩ ବର୍ଷ ଧରି ଦେହରେ ଫସି ରହିଥିଲା ଛୁରୀ, ଅପରେସନ ପରେ ଫୁସଫୁସରୁ ବାହାରିଲା

ଦେହରୁ ବାହାରିଲା ଚାଖଣ୍ଡେ ଲମ୍ବର ଛୁରୀ । ତିନି ବର୍ଷ ଧରି ଫୁସଫୁସରେ ଫସି ରହିଥିବା ଛୁରୀ ଶେଷରେ ଅପରେସନ ପରେ ବାହାରିଲା । ଏକଥା ଶୁଣି ଝଟକା ଲାଗିଲାନା ? ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ମଣିଷଟିର ଜୀବନ ଅଛି ତ ? ସେ ବଞ୍ଚିଛନ୍ତି କି ନାହିଁ ? ହଁ ଆଜ୍ଞା, ସେ ମଣିଷ ବଞ୍ଚିଛନ୍ତି ଏବଂ ଆପଣଙ୍କ ଆଖି ସାମ୍ନାରେ ଏଇ ଦେଖନ୍ତୁ ……ଇଏ ହେଉଛନ୍ତି ସେହି ମଣିଷ ଯାହାଙ୍କ ଫୁସଫୁସରେ ଦୀର୍ଘ ୩ ବର୍ଷ ଧରି ଫସି ରହିଥିବା ଛୁରୀ ବାହାରିଛି ।
ବ୍ରହ୍ମପୁର mkcg ମେଡିକାଲର କାଡ଼ିଓ ଥୋରାସିକ ଭାସକୁଲାର ସର୍ଜରୀ ବିଭାଗ ପକ୍ଷରୁ ହୋଇଥିଲା ଏହି ବିରଳ ଅସ୍ତ୍ରୋପଚାର l ବିଭାଗୀୟ ମୁଖ୍ୟ ଆସୋସିଏଟ ପ୍ରଫେସର ଡ. ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ଏକ ଟିମ ତିନି ଘଣ୍ଟା ଧରି ଅପରେସନ କରି ୮ ସେଣ୍ଟିମିଟର ଲମ୍ବର ଛୁରୀଟିକୁ ବାହାର କରିଥିବା କହିଛନ୍ତି ଡାକ୍ତର ସାହୁ l
ତିନି ବର୍ଷ ତଳେ କବିସୂର୍ଯ୍ୟନଗରର ସନ୍ତୋଷ ଦାସ ବେଙ୍ଗାଲୁରରେ କାମ କରୁଥିବା ବେଳେ ଜଣଙ୍କ ସହ ଝଗଡା ହୋଇଥିଲା । ଲୋକଟି ତାଙ୍କ ବେକରେ ଛୁରୀ ଭୁସି ଦେଇଥଲା । ଯାହାକି ପରବର୍ତ୍ତୀ ସମୟରେ ଫୁସଫୁସ ଭିତରକୁ ପଶି ଯାଇଥିଲା l ଯନ୍ତ୍ରଣା ହେଉଥିଲା, ରକ୍ତ ବାନ୍ତି ବି ହେଉଥିଲା l ଏପରିକି ଟିବି ହୋଇଛି କହିବାରୁ ତାଙ୍କର ଟ୍ରିଟମେଣ୍ଟ ମଧ୍ୟ କରିଥଲେ l ହେଲେ କିଛି ଲାଭ ହୋଇ ନଥିଲା । ଆଉ ଶେଷରେ mkcg ମେଡିକାଲରେ ତାଙ୍କର ସମସ୍ୟାକୁ ଠଉରାଇ ତାଙ୍କର ସଫଳ ଅପରେସନ୍ କରାଯାଇଛି । ଏଥିପାଇଁ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି l
Also Read:ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର