କନ୍ଧମାଳରେ ଉଦଘାଟନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର, ଗାଁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ମାଗଣା ସ୍ୱାସ୍ଥ୍ୟ ଶିବିରରେ ସାଢେ ତିନିଶହରୁ ଚାରିଶହ ଡାକ୍ତର ଓ କର୍ମଚାରୀ ଲୋକଙ୍କ ଚିକିତ୍ସା କରାଇବା ସହ ମାଗଣା ଔଷଧ ବଣ୍ଟନ କରିବା ଓ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଲୋକଙ୍କୁ ହାତ ପାଆନ୍ତାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କହିଥିଲେ ଡ. ସାମନ୍ତ। ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଡ. ସାମନ୍ତ ଗାଁ ଗାଁ ବୁଲି କନ୍ଧମାଳଲର କିପରି ବିକାଶ ହେବ ଓ ଲୋକଙ୍କ ସମସ୍ୟା ଦୂର ହେବ ସେ ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ନିର୍ବାଚନର ୨ମାସ ପରେ କନ୍ଧମାଳର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। କନ୍ଧମାଳର ବିଭିନ୍ନ ସମସ୍ୟାକୁ ସଂସଦରେ ଉପସ୍ଥାପନ କରିବା ଓ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିରକୁ ସ୍ୱାଗତ କରି ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ସାଂସଦ ଡ. ସାମନ୍ତ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ସହ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବିଭିନ୍ନ ରୋଗର ଉପଶମ ପାଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ।