କେନ୍ଦୁଝର: ଦୀର୍ଘ ସମୟ ଚେଷ୍ଟା ପରେ ବୋରିଙ୍ଗ ଭିତରୁ ଛେଳିକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: କଥାରେ ଅଛି ‘ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ” । ଯେଉଁ ପର୍ଯ୍ୟନ୍ତ ଶେଷ ସମୟ ନ ଆସିଛି କେହି ବି ଜୀବନର ଗୋଟିଏ ମୁହୂର୍ତ୍ତ ବି ନେଇ ପାରିବେ ନାହିଁ । ଏମିତି ହିଁ ଏକ ଦୃଶ୍ୟ ନିକଟରେ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ଅନ୍ତର୍ଗତ ଭଗାବନ୍ଧ ଗ୍ରାମରେ ଏକ ଅଧାଖୋଲା ଵୋରିଂ ଭିତରେ ଛେଳିଟି ଫସି ଯାଇଥିଲା। ଗାତ ବାହାରକୁ ନ ଆସିପାରି ଦୀର୍ଘ ସମୟ ଧରି ଛେଳିଟି ସେହି ଗାତ ଭିତରେ ହିଁ ଥିଲା । ଗ୍ରାମବାସୀଙ୍କ ଦ୍ୱାରା ଖବର ପାଇ ଅଗ୍ନିଶମ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚିଥିଲେ । ଅନେକ ଚେଷ୍ଟା ପରେ ଶେଷରେ

ଅଗ୍ନିଶମ ବାହିନୀ ଅସହାୟ ଛେଳି ଟିକୁ ଗାତ ଭିତରୁ ଉଦ୍ଧର କରିବାରେ ସକ୍ଷମ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ଅନ୍ତର୍ଗତ ଭଗବନ୍ଧ ଗ୍ରାମରେ ଖୋଳା ହୋଇଥିବା ଏକ ବୋରିଙ୍ଗରେ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ଏକ ଛେଳି ଖସି ଯାଇଥିଲା । ଘଟଣାର ଖବର ପାଇ ଆହାରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ବହୁ ପରିଶ୍ରମ କରି ଛେଳିଟିକୁ ସୁରକ୍ଷିତ ଉଧାର କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀ ମାନଙ୍କୁ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.