ମାଲକାନଗିରିରେ ଭିକ୍ଷାବୃତ୍ତି କରୁଥିବା କିନ୍ନରମାନଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅନ୍ଯ କିନ୍ନର, ଜାଣନ୍ତୁ କାହିଁକି?

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ସରକାରୀ କାର୍ଯ୍ୟରେ ନିୟୋଜିତ କରିଛି। ଗତ କିଛି ମାସ ହେଲା କିନ୍ନର ମନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗ ଦେଇ ବେଶ ଖୁସିରେ ରହୁଥିବା ବେଳେ, କିଛି କିନ୍ନର ନିଜର ପୁରୁଣା ଅଭ୍ୟାସ ଭିକ୍ଷାବୃତ୍ତିକୁ ପୁଣି ଆଦରି ନେଇଛନ୍ତି। ଯାହାକୁ ଅନ୍ୟ କିନ୍ନର ମାନେ ପସନ୍ଦ କରୁନାହାନ୍ତି।
କିନ୍ନରଙ୍କୁ ଜିଲ୍ଲା ନିଯୁକ୍ତି ଦେବାପରେ ଭିକ୍ଷାବୃତ୍ତି ନକରିବା ପାଇଁ ଜିଲ୍ଲା ପ୍ରଶାସନ ତାଗିଦ କରିଥିବା ବେଳେ, କିଛି କିନ୍ନର ଏହାକୁ ଖାତିର୍ କରୁ ନାହାନ୍ତି। ତେଣୁ କିନ୍ନରଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ହୋଇ ଯାଇଛି। ଏମିତିକି ଭିକ୍ଷା ବୃତ୍ତି କରୁଥିବା କିନ୍ନରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅନ୍ୟ ଗୋଷ୍ଠୀ । ଏଠି ନିଶ୍ଚିତ କହିବା ଜିଲ୍ଲା ପ୍ରଶାସନର ଚେଷ୍ଟା ଯୋଗୁଁ ଆଜି କିନ୍ନରଙ୍କ ମନ ଆଉ ପେଶା ବଦଳିଛି। ଏକ ମର୍ଯ୍ୟାଦା ସମାଜରେ ଚଳିବାକୁ ବାଟ ଦେଖେଇଛି ଜିଲ୍ଲା ପ୍ରଶାସନ। ଆଉ ଅବାଟକୁ ଯାଉଥିବା ସାଥିଙ୍କୁ ଠିକ ବାଟକୁ ଆଣିବାକୁ କିନ୍ନର ସମାଜର ଚେଷ୍ଟା ଜାରି ରହିଥିବା ଦେଖିବାକୁ ମିଳିଛି।