କଙ୍ଗାରୁ କୋର୍ଟର ଅମାନବୀୟ ଦଣ୍ଡ: ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼, ଫାଶୀ ଦେବାକୁ ଧମକ
ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କଲଦାପାଲି ପଞ୍ଚାୟତର ତାଙ୍ଗୁଡ଼ ଗାଁରେ ଏହି ଏଭାବନୀୟ ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଗ୍ରାମବାସୀ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ଯୋଜନା ହୋଇଥିଲା। କୌଣସି ସୂତ୍ରରୁ ଏଭଳି ଅମାନୁଷିକ ଘଟଣା ସଂପର୍କରେ ଖବର ପାଇ ଏମ୍ଭି-୭୯ ଥାନା ପୋଲିସ ଗାଁରେ ପହଞ୍ଚିଥିଲା।

କାଲିମେଳା (କେନ୍ୟୁଜ): ଅମାନବୀୟ କାଣ୍ଡ । ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କଲଦାପାଲି ପଞ୍ଚାୟତର ତାଙ୍ଗୁଡ଼ ଗାଁରେ ଏହି ଏଭାବନୀୟ ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଗ୍ରାମବାସୀ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ଏମଭି-୭୯ ଥାନା ପୋଲିସ ଗାଁରେ ପହଞ୍ଚି ଆହତ ଯୁବକଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଥାନାରେ ଅଟକ ରଖାଯାଇଛି।
କେହି ଜଣେ ଗୁଣିଗାରେଡ଼ି କରିବାରୁ ଲୋକେ ବାରମ୍ବାର ଅସୁସ୍ଥ ହେଉଥିବା ଗାଁର କିଛି ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ହୋଇଥିଲା । ତେଣୁ ଗାଁଲୋକେ ଗୁଣିଆକୁ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଚେନସା ମାଡ଼ି ନାମକ ଜଣେ ଯୁବକ ସନ୍ଦେହ ଘେରକୁ ଆସିଥିଲେ। ଏହାପରେ ଗାଁରେ କଙ୍ଗାରୁ କୋର୍ଟ କରି ଚେନସାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା। ସକାଳୁ ଚେନସାକୁ ଘରୁ ମାରପିଟ୍ କରି ଛତିଶଗଡ଼ ସୀମା ତଥା ଶାବେରୀ ନଦୀ କୂଳକୁ ନିଆଯାଇଥିଲା । ନିସ୍ତୁକ ପିଟିବା ପରେ ଗୁରୁତର ଅବସ୍ଥାରେ କିଛି ଲୋକ ପୁଣି ଘରେ ଆଣି ଛାଡ଼ିଥିଲେ। ଯିବା ପୂର୍ବରୁ ଆକ୍ରମଣ ସଂପର୍କରେ ପୋଲିସକୁ ଜଣାଇଲେ କିମ୍ବା ଚିକିତ୍ସା ପାଇଁ ଡାକ୍ତରଖାନାକୁ ଗଲେ ଜୀବନରେ ମାରିଦେବାକୁ ଏମାନେ ଚେତାବନୀ ଦେଇଥିଲେ। ବର୍ତ୍ତମାନ ଚେନସାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ଶୁଣିବାକୁ ମିଳୁଛି ଚେନସାକୁ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ଯୋଜନା ହୋଇଥିଲା। କୌଣସି ସୂତ୍ରରୁ ଏଭଳି ଅମାନୁଷିକ ଘଟଣା ସଂପର୍କରେ ଖବର ପାଇ ଏମ୍ଭି-୭୯ ଥାନା ପୋଲିସ ଗାଁରେ ପହଞ୍ଚିଥିଲା । ଚେନସାଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି । ଗାଁର ସମସ୍ତ ଲୋକ ଓ ସରପଞ୍ଚଙ୍କୁ ଡାକି ତଦନ୍ତ କରାଯିବ ବୋଲି କହିଛନ୍ତି SDPO।