ରଥଯାତ୍ରାରେ ମୁଠାଏ ମହାପ୍ରସାଦ ସେବା, ଶ୍ରଦ୍ଧାଳୁଙ୍କ ପାଇଁ ଅନନ୍ୟ ଅର୍ଘ୍ୟ

କେନ୍ୟୁଜ (ବ୍ୟୁରୋ) : ଶ୍ରୀଜିଉଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ । ପୁରୀ ଯାଇ ଯଦି ମହାପ୍ରସାଦ ମୁଠେ ନ ପାଇଲେ ତେବେ ଶ୍ରୀକ୍ଷେତ୍ର ଦର୍ଶନ ଅଧା ରହିଯିବା ଭଳି ଲାଗେ । ତେବେ ମହାପ୍ରସାଦ କିଣି ଖାଇବାର ସୁଯୋଗ ସମସ୍ତଙ୍କୁ ମିଳି ନଥାଏ । ହେଲେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଏହି ଅସୁବିଧା ଦୂର କରିଛି ଆମ୍ମୁକେୟର ଚ୍ୟାରିଟେବଲ ଟ୍ରଷ୍ଟ । ଶ୍ରଦ୍ଧାଳୁଙ୍କୁ ରଥଯାତ୍ରାର ଭିଡ଼ରେ ମୁଠାଏ ମହାପ୍ରସାଦ ସେବା ଯୋଗାଇ ଦେବାର ବ୍ୟବସ୍ଥା କରିଛି  ଏହି ଟ୍ରଷ୍ଟ ।

mahaprasad.

ମୋହନଜୀଙ୍କ ପ୍ରେରଣାରେ ଆମ୍ମୁକେୟାର ଚ୍ୟାରିଟେବଲ ଟ୍ରଷ୍ଟ, ମୋହନଜୀ ଭାରତ ଏବଂ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର ଜଗନ୍ନାଥ ସେବା ସଂସ୍ଥାନର ସହଯୋଗରେ ମହାପ୍ରସାଦ ସେବା ୩ ବର୍ଷ ଧରି ଚଳାଇ ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଏହି ମହାପ୍ରସାଦ ସେବା ୭ ଜୁଲାଇରୁ ୧୫ ଜୁଲାଇ ଯାଏ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ,ପୋଲିସ, ସୁରକ୍ଷାକର୍ମୀ, ସଫେଇ କର୍ମୀଙ୍କୁ ପାଣି, ଔଷଧ ଏବଂ ମହାପ୍ରସାଦ ସେବା ଯୋଗାଇ ଆସୁଛି ଏହି ଚ୍ୟାରିଟେବଲ ଟ୍ରଷ୍ଟ । ରଥଯାତ୍ରାରେ ଏହା ଏକମାତ୍ର ଷ୍ଟଲ ଯାହା ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ସେବା ଯୋଗାଇ ଆସୁଛି । ଆଗାମୀ ବର୍ଷମାନଙ୍କରେ ମଧ୍ୟ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

You might also like